।। ନକଳି ହଳଦୀ ଗୁଣ୍ଡ ବିକ୍ରି କରୁଥିବା ବ୍ୟବସାୟୀ ଙ୍କୁ କାବୁ କଲେ ଗ୍ରାମବାସୀ ।।

Jun 2, 2024 - 18:55
 0  103
।। ନକଳି ହଳଦୀ ଗୁଣ୍ଡ ବିକ୍ରି କରୁଥିବା ବ୍ୟବସାୟୀ ଙ୍କୁ କାବୁ କଲେ ଗ୍ରାମବାସୀ ।।

ଟିଟିଲାଗଡ଼ ବ୍ଳକ କତର କେଲା ଗ୍ରାମ ଠାରେ ନକଲି ହଳଦୀଗୁଣ୍ଡ ବ୍ୟବସାୟୀ ଙ୍କୁ କାବୁ କରି ଏକ ଘଣ୍ଟା ଅଟକ ରଖିଥିଲେ ଗ୍ରାମବାସୀ ! ଦିର୍ଘ ତିନି ମାସ ହେଲା ଉକ୍ତ ବେପାରୀ ଜଣଙ୍କ ନକଳି ହଳଦୀଗୁଣ୍ଡ ବିକ୍ରି କରି ଆସୁଥିଲେ: ଉକ୍ତ ବେପାରୀ ର ନାମ ହେଉଛି ସୁଶାନ୍ତ ସୁନା / ଗ୍ରାମ-ବିନ୍ଧାଣୀ, ଗ୍ରାମ ପଞ୍ଚାୟତ ତେରେସିଙ୍ଗା, ବ୍ଳକ୍ କର୍ଲାମୁଣ୍ଡା /ଜିଲ୍ଲା -କଳାହାଣ୍ଡି, T. V.S XL oD o3 S 1962 ଗାଡିରେ ଘର ଘର ବୁଲି କେବି ପ୍ରତି ୮୦ଟଙ୍କା ରୁ ୧୨୦ ଟଙ୍କା ରେ ବିକ୍ରୟ କରୁକଥା ନିଜେ ବେପାରୀ ଜଣକ ସ୍ଵୀକାର କରିଛନ୍ତୁ ! ଗ୍ରାମବାସୀ ମାନେ ତିନିମାସ ହେଲା ଏହି ବେପାରୀ ଙ୍କ ଠାରୁ ହଳଦୀଗୁଣ୍ଡ ରଖି ଆସୁଥିଲେ! କିନ୍ତୁ ଏହି ହଳଦୀ ଗୁଣ୍ଡ ବ୍ୟବହାର କରିବା ଫଳରେ ଗଳା ଖର୍ ଖର୍ ହେବା ଛାତି ରେ ଯନ୍ତ୍ରଣା ଅନୁଭବ କରିଥିଲେ ଗ୍ରାମବାସୀ! ତାପରେ ଆଜି ସେହି ବେପାରୀ ପୁଣି ଗ୍ରାମକୁ ଆସି ହଳଦୀଗୁଣ୍ଡବିକ୍ରି କରୁଥିବା ବେଳେ ଗ୍ରାମର ଅନେକ ଯୁବକ ଭକୁ ବେପାରୀ ଙ୍କୁ ଅଟକାଇ ହଳଦୀଗୁଣ୍ଡଙ୍କୁ ଚାଲେଣି ରେ ଚଲାଇ ବାରୁ ସେଥିରୁ କରତଗୁଣ୍ଡ,କୁଣା ଗୁଣ୍ଡ, ଓ ଚାଉଳ ଗୁଣ୍ଡ ମିଶିଥିବା ଦେଖିବାକୁ ପାଇଥିଲେ! ଉକ୍ତ ବେପାରୀ ସୁଶାନ୍ତ ସୁନା କହିଛନ୍ତି ମୁଁ ରମାକାନ୍ତ ସାହୁ, ଗ୍ରାମ ଅବୁଜ ବାହାଳ ଙ୍କ ହୋଲ ସେଳ ଦୋକାନ ରୁ ଆଣି ଅଛି ବୋଲି କହିଛନ୍ତି' ଏହି ହଳଦୀ ଗୁଣ୍ଡ କଳା ବ୍ୟବସାୟି ଙ୍କୁ କାର୍ଯ୍ୟାନୁଷ୍ଟାନ ପାଇଁ ପ୍ରଶାସନ ଙ୍କୁ କତର କେଳା ଗ୍ରାମବାସୀ ଦାବୀ ଜଣାଇଛନ୍ତି ।

 ଟିଟିଲାଗଡ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋଟ @ First News

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ