ନକଲି ପିସ୍ତଲ ରେ ଅସଲି ଡକାୟତି କରିଥିବା 4 ଜଣ ଅପରାଧୀଙ୍କୁ ଗିରଫ କଲା ଜୋଙ୍କ ପୋଲିସ

ନକଲି ପିସ୍ତଲ ରେ ଅସଲି ଡକାୟତି କରିଥିବା 4 ଜଣ ଅପରାଧୀଙ୍କୁ ରିପୋର୍ଟ ପାଇବା ର ୨୪ ଘଣ୍ଟା ମଧ୍ୟରେ ଠାବ କରିବା ରେ ସଫଳ ହେଲା ଜୋଙ୍କ ଥାନା ପୋଲିସ । ଏହି ଘଟଣାରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଦୁଇ ନକଲି ପିଷ୍ଟଲ, ଧାରୁଆ ଛୁରୀ, ଦୁଇ ଟି ମୋବାଇଲ ଫୋନ, ଏକ ବ୍ୟବହୃତ ବାଇକ ଓ ୧୬ ସହ ଟଙ୍କା ଜବତ୍ କରିଛନ୍ତି । ଘଟଣା ରୁ ପ୍ରକାଶ ଯେ, ଗତ ୨୧ ତାରିଖ ପ୍ରାୟ ୧୨ ଟା ଦିବା ସମୟ ରେ କୁଳିଆବନ୍ଧା ଗ୍ରାମ ର ପ୍ରେମଚନ୍ଦ ଭୋଇ ଦୁଇ ଜଣ ବନ୍ଧୁ ନେତରାମ ଶବର ଓ ଉମେଶ ନାଏକ ସହ ବାଇକ ରେ ଖରିଆର ରୋଡ ଭାଟି ଛକ ଆମସେନା ରାସ୍ତା ରେ ସାଲିହା ଗ୍ରାମ କୁ କ୍ରିକେଟ୍ ଖେଳି ଯାଉଥିଲେ ତାଙ୍କୁ ୪ ଜଣ ଅଜଣା ଯୁବକ ପିଷ୍ଟଲ ଓ ଛୁରୀ ଦେଖାଇ ଡକାୟତ ଦଳ ୨୫ ସହ ଟଙ୍କା ଓ ମୋବାଇଲ ଛଡାଇ ନେଇଥିଲେ । ଉପରୋକ୍ତ ମାମଲା ରେ ଜୋଙ୍କ ଥାନା ରେ ଏକ ରିପୋର୍ଟ ହୋଇଥିଲା । ଜୋଙ୍କ ଥାନା କେଶ ନମ୍ବର୍ ୧୫୬- ୨୨ ଜୁଲାଇ ୨୦୨୫ ବି.ଏନ.ଏସ୍, ଧାରା ୩୦୯(୬) ସେକସନ୍ ୨୮ ଆର୍ମ ଏକ୍ଟ ରେ ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଖରିଆର ରୋଡ ପୋଲିସ ପକ୍ଷ ରୁ ପ୍ରକାଶ । ଅଭିଯୁକ୍ତମାନେ ହେଲେ ବିକାଶ ବାଗ (୧୯) କୃଷ୍ଣ ତାଣ୍ଡି (୨୨) ଶମ୍ଭୁ କୁମ୍ଭାର (୨୦) ଓ ଖଗେଶ୍ବର ସାହୁ(୩୨)। ଉପରୋକ୍ତ ସମସ୍ତ ଅଭିଯୁକ୍ତ ୱାର୍ଡ଼ ନମ୍ବର -୬ ଏଲ.ଡି. ପଡ଼ା ଖରିଆର୍ ରୋଡ ବାସିନ୍ଦା ଅଟନ୍ତି । ଅଭିଯୁକ୍ତମାନେ ଆଉ ଏଭଳି ଅପରାଧ କୋଉଠି ଘଟାଇଛନ୍ତି କି,ସେ ଉପରେ ତଦନ୍ତ ଅବ୍ୟାହତ ରହିଛି।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?






