ଧାନ ଗାଡ଼ି ତଳେ ବାଇକ୍ ଧକ୍କା ରେ ଜଣେ ମୃତ୍ୟୁ,ଧାନ ମଣ୍ଡି ଚାଲିବା ପୁର୍ବରୁ ଧାନ ପରିବହନ

Nov 8, 2024 - 22:09
Nov 8, 2024 - 22:40
 0  68
ଧାନ ଗାଡ଼ି ତଳେ ବାଇକ୍ ଧକ୍କା ରେ ଜଣେ ମୃତ୍ୟୁ,ଧାନ ମଣ୍ଡି ଚାଲିବା ପୁର୍ବରୁ ଧାନ ପରିବହନ

୦୮/୧୧/୨୦୨୪-ଫାଷ୍ଟ ନ୍ୟୁଜ ଓଡ଼ିଶା (କଳାହାଣ୍ଡି-ଅତିରିକ୍ତ ଜିଲ୍ଲା ପ୍ରତିନିଧି-ବାବୁଲି ହରିଜନ) : ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡା ଫାଣ୍ଡିରୁ ୧୦୦ ମିଟର ଦୂରେ ଏକ ୪୦୭ ଧାନ ବସ୍ତା ଲୋଡ୍ ଥିବା (ମେଟା ଡୋର ଓଆର୍‌ ୦୮ଏ ୭୦୦୯) ଗାଡ଼ିର ଚକ ତଳେ ବାଇକ ଆରୋହୀ ଚାପି ହୋଇଯିବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ସୂଚନାରୁ ଅନୁଗତ ଯେ, କନକପୁର ଗ୍ରାମର ମକୁନ୍ଦ ମାଝୀ(୪୦) ଜୟପାଟଣାରୁ ନିଜ ଗାଁକୁ ଏକ ମଟରସାଇକେଲ (ଓଡି ୦୮ଇ ୪୪୧୬ )ଗାଡ଼ି ରେ ଫେରୁଥିବା ବେଳେ ମୁଖିଗୁଡ଼ା ଡାକ ବଙ୍ଗଳା ପାଖରେ ୪୦୭ ଧାନ ଟ୍ରକ ସହ ମୁହାମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ମକୁନ୍ଦଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଜୟପାଟଣା ପୋଲିସ ଓ ମୁଖିଗୁଡା ପୋଲିସ ଜଗି ରହିଥିବା ସୂଚନା । ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ କଣ ହେବ ତାହା ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି l ମଣ୍ଡି ନ ଆରମ୍ଭ ହେବା ପୂର୍ବରୁ ଦଲାଲ ମାନେ କମ୍ ଟଙ୍କା ରେ ଧାନ କିଣି ନେଉଥିବା ବେଳେ ପ୍ରଶାସନ ଦୁଷ୍ଟି ଦେଉ ନାହିଁ । ଘଣ୍ଟା ଘଣ୍ଟା ସମୟ ଧରି ଗାଡ଼ି ସେହି ଜାଗା ରେ ରହିଥିଲେ ମଧ୍ୟ କୌଣସି ପ୍ରଶାସନ ଦୃଷ୍ଟି ଦେଉ ନଥିଲେ । ପ୍ରଶାସନ ଙ୍କ ଏଭଳି ଅବହେଳା ଯୋଗୁଁ ଚାଷୀମାନେ ଦଲାଲ ର ଶିକାର ହେବାକୁ ଲାଗିଛନ୍ତି । କେଉଁ ଜାଗାରୁ ଧାନ ଆଣୁଥିଲା ଓ କିଏ ଧାନ ଆଣିଥିଲେ ତାହାର ତଦନ୍ତ କରିବାକୁ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରିଛନ୍ତି।ଅନ୍ୟପଟେ କେତେକ ମଧ୍ୟସ୍ଥି ମୃତକଙ୍କ ପରିବାରକୁ କ୍ଷତି ପୂରଣର ଦାବୀ କୁ ନେଇ ମୃତ୍ୟୁ ବିମା ର ପଇସା ପର୍ଯ୍ୟନ୍ତ କେମିତି ମୃତକଙ୍କ ପରିବାରକୁ ମୁହଁ ବନ୍ଦ କରିବାର ସୂଚନା ମିଳିଛି ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ