ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଜିଲ୍ଲାସ୍ତରୀୟ ସାଧାରଣ ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ:ସାଧୁତା, ଶୃଙ୍ଖଳା ଓ ନିଷ୍ଠାପର କାର୍ଯ୍ୟଧାରା ହିଁ ବିକଶିତ ରାଷ୍ଟ୍ର ଗଠନର ଆଧାର: ଅତିରିକ୍ତ ଜିଲ୍ଲାପାଳ

Oct 31, 2026 - 19:05
 0  5
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଜିଲ୍ଲାସ୍ତରୀୟ ସାଧାରଣ ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ:ସାଧୁତା, ଶୃଙ୍ଖଳା ଓ ନିଷ୍ଠାପର କାର୍ଯ୍ୟଧାରା ହିଁ ବିକଶିତ ରାଷ୍ଟ୍ର ଗଠନର ଆଧାର: ଅତିରିକ୍ତ ଜିଲ୍ଲାପାଳ

ବାରିପଦା, (୩୧/୧୦): ଦୁର୍ନୀତିମୁକ୍ତ ସମାଜ ଗଠନ, ସାଧୁତା ଓ ସ୍ୱଚ୍ଛତାର ମୂଲ୍ୟବୋଧର ପ୍ରସାର ତଥା ଜନସାଧାରଣଙ୍କ ମଧ୍ୟରେ ଦୁର୍ନୀତି ବିରୋଧୀ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲାସ୍ତରୀୟ ସାଧାରଣ ସଭା ଓ ଆଲୋଚନା ଚକ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନର ଆରକ୍ଷୀ ଅଧୀକ୍ଷକ ଅରୁଣ କୁମାର ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦୀପକ କୁମାର ଗୋଛାୟତ, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ା ଏବଂ ଏସିଏଫ୍ ଏସ୍.କେ. ମେହେରବାନ୍ ଅଲ୍ଲୀ ପ୍ରମୁଖ ମଞ୍ଚାସୀନ ଥିଲେ । ଆଲୋଚନା ଚକ୍ରରେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନର ଆରକ୍ଷୀ ଅଧୀକ୍ଷକ ଶ୍ରୀ ନାୟକ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଦୁର୍ନୀତି ନିବାରଣ ବିଭାଗର ବ୍ୟାପକ କାର୍ଯ୍ୟପରିସର, ଦୁର୍ନୀତି ସମ୍ପର୍କିତ ଅଭିଯୋଗର ତଦନ୍ତ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଆଇନାନୁଯାୟୀ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ସେ ବିସ୍ତୃତ ଭାବେ ଅବଗତ କରାଇଥିଲେ । ନିଜ ଅଭିଭାଷଣରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ କହିଥିଲେ ଯେ, ଦୁର୍ନୀତି ନିରାକରଣରେ ବିଶେଷକରି ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଯୁବପିଢ଼ି ଆରମ୍ଭରୁ ହିଁ ସଚେତନ ଓ ଯତ୍ନବାନ ହେବା ଆବଶ୍ୟକ । ଜୀବନରେ ଶୃଙ୍ଖଳା ଓ ନିୟମାନୁପାଳନର ଗୁରୁତ୍ୱ ଉପରେ ସେ ଆଲୋକପାତ କରିବା ସହ ସାଧୁତାର ସହ କାର୍ଯ୍ୟ କରିବା ଦ୍ୱାରା ମିଳୁଥିବା ଆତ୍ମସନ୍ତୋଷ ଓ ମାନସିକ ଶାନ୍ତି ଅନ୍ୟ କୌଣସି ଜିନିଷରୁ ମିଳିପାରେ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଯୁବପିଢ଼ିଙ୍କ ମଧ୍ୟରେ ସାଧୁତାର ମୂଲ୍ୟବୋଧ ଦୃଢ଼ ହେଲେ ଦେଶ ଏକ ବିକଶିତ ରାଷ୍ଟ୍ର ଭାବେ ଗଢ଼ିଉଠିବାରେ ଏହା ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟସ୍ତରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମଞ୍ଚାସୀନ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ବାରିପଦା ଭିଜିଲାନ୍ସ ୟୁନିଟ୍‌ର ଇନ୍ସପେକ୍ଟର ଶ୍ରୀ ବିକାଶ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶିଶିର କୁମାର ମୁନ୍ଦୁୟା ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ବିଭିନ୍ନ ବିଭାଗର ପଦାଧିକାରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା, ସ୍ୱେଚ୍ଛାସେବୀ ଓ ସାଧାରଣ ନାଗରିକ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ଭିଜିଲାନ୍ସ ୟୁନିଟ୍‌ର କର୍ମଚାରୀମାନେ ସହଯୋଗ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ