।। ଦଡ଼ିପଥେରିଆ ସଂକ୍ରମଣ ମନୁସପଦର ଆଖପାଖ 18 ଟି ଗାଁ ରେ 617 ଜଣଙ୍କୁ ଏବଂ ସ୍ୱସ୍ଥ୍ୟ ବିଭାଗର କାର୍ଯ୍ୟରତ 33 କର୍ମଚାରୀଙ୍କୁ ମଧ୍ୟ ଏହି ବୁସ୍ଟର ଡୋଜ ଟୀକା ଦିଆ ଯାଇଥିବା ନେଇ ସୂଚନା ।।

Jun 25, 2024 - 16:34
 0  7
।। ଦଡ଼ିପଥେରିଆ ସଂକ୍ରମଣ ମନୁସପଦର ଆଖପାଖ 18 ଟି ଗାଁ ରେ 617 ଜଣଙ୍କୁ ଏବଂ ସ୍ୱସ୍ଥ୍ୟ ବିଭାଗର କାର୍ଯ୍ୟରତ 33 କର୍ମଚାରୀଙ୍କୁ ମଧ୍ୟ ଏହି ବୁସ୍ଟର ଡୋଜ ଟୀକା ଦିଆ ଯାଇଥିବା ନେଇ ସୂଚନା ।।

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ମାନୁଷପଦର ଗ୍ରାମରେ ଦେଖାଦେଇଥିବା ଡିପଥେରିଆ ରୋଗ ସଂକ୍ରାନ୍ତରେ ଆଜି ରାଜ୍ଯ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ୍ ଓ ରାୟଗଡା ଜିଲ୍ଲାପାଳ ଓ ସିଡିଏମଓ ଙ୍କ ସହ ଭରଚୁଆଲ୍ ମାଧ୍ଯମରେ ସ୍ଥିତିର ସମୀକ୍ଷା କରିଛନ୍ତି। ଗତ 15 ତାରିଖ ପରେ ଉକ୍ତ ଅଞ୍ଚଳରେ କୈଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନଥିବା ବେଳେ କାହାରି ମୃତ୍ଯୁ ହୋଇନଥିବା ଅଧିକାରୀ ମାନେ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କୁ ଜଣାଇଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀ ବିଶେଷ ମାନୁଷପଦର ଗ୍ରାମରେ ପାନୀୟ ଜଳ,ରାସ୍ତାଘାଟ ସମେତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସହ ସମସ୍ତେ ଯେପରି ଟୀକା ପାଇପାରିବେ ସେ ନେଇ ଗୁରୁତ୍ୱ ଦେଇଥିଲେ। ବର୍ତ୍ତମାନ ସୁଦ୍ଧା କାଶୀପୁର ବ୍ଲକର 18 ଟି ଗ୍ରାମରେ 617 ଜଣ ଏବଂ ସ୍ୱସ୍ଥ୍ୟ ବିଭାଗର କରଜ୍ୟରତ 33 କର୍ମଚାରୀଙ୍କୁ ମଧ୍ୟ ଏହି ବୁସ୍ଟର ଡୋଜ ଟୀକା ଦିଆ ଯାଇଥିବା ନେଇ କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ।ଏହା ବ୍ୟତୀତ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ଗ୍ରାମରେ ରାସ୍ତା ଓ ପାନୀୟ ଜଳ ଯୋଗାଣର ବ୍ଯଵସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ସଂକ୍ରମଣ ହୋଇଥିବା ମୁନୁସପଦର ଆଖପାଖ ଗାଁ ରେ ଡାକ୍ତରୀଦଳଙ୍କ ପକ୍ଷରୁ ସର୍ଭିଲାନ୍ସ କାମ ଚାଲିଥିବା ବେଳେ ଯେଉଁ ଶିଶୁଙ୍କୁ ଟୀକାକରଣ ରୁ ବଞ୍ଚିତ ହୋଇଛନ୍ତି ସେ ମାନଙ୍କୁ ଟୀକାକରଣ କରିବା ପାଇଁ ବ୍ଯଵସ୍ଥା କରାଯାଉଛି। ଡିପଥେରିଆ,ପେର୍ଟୁସିସ ଏବଂ ଟିଟାନସ ଟୀକାକରଣ ସ୍ବତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତେବେ କାଶୀପୁର ବ୍ଲକରେ ସ୍ଥିତି ସ୍ବଭାବିକ ରହିଛି ବୋଲି ରାୟଗଡା ଜିଲ୍ଲାପାଳ ମନୋଜ ସତ୍ଯବାନ ମହାଜନ ସୂଚନା ଦେଇଛନ୍ତି। ବାଇଟ୍-1-ମନୋଜ ସତ୍ୟବାନ ମହାଜନ-(ଜିଲ୍ଲାପାଳ,ରାୟଗଡା) ।

ରାୟଗଡା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ