।। ତୋତ୍ରା ଗୁଡା ରେ ଆଦିବାସୀଙ୍କ ଟୋକି ପର୍ବ ଅନୁଷ୍ଠିତ ।।

ପରମ୍ପରା ଅନୁଯାୟୀ ଚଳିତ ବର୍ଷ ମଧ୍ୟ ଭିନ୍ନଭିନ୍ନ ସ୍ଥାନରେ ଟୋକିମରା ପର୍ବ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ହାରାମାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୋତ୍ରାଗୁଡା ଗ୍ରାମରେ ଟୋକି ପର୍ବ ଅନୁଷ୍ଠିତ ହୋଇଯାଇଛି।ଏହି ପର୍ବ ରେ ପୂର୍ବେ କୁଁଆରୀ ଝିଅ କୁ ବଳି ଦିଆଯାଉ ଥିଲା ସେଥିପାଇଁ ପର୍ବ ର ନାମ ଟୋକି ପର୍ବ ରେ ନାମିତ କରାଯାଇଛି। ତାହା କାଳ କ୍ରମେ ଏକ ବୁଦା ର ବଳି ଦିଆଯାଉଛି।ଏହି ପର୍ବ ପରମ୍ପରା ଅନୁଯାୟୀ ସେମାନଙ୍କ ରୀତିନୀତିକୁ ନେଇ ଏହି ନିଆରା ପର୍ବ ଅତି ଧୁମ ଧାମ ର ସହିତ ପାଳନ କରିଥିଲେ । ।ବୈଶାଖ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ପର୍ବର ଶୁଭାରମ୍ଭ ହୋଇ ପୌଷ ମାସ ପୂର୍ଣ୍ଣିମା ତିଥି ର ପୂର୍ବ ରବିବାର ରେ ଟୋକିମରା ପର୍ବ ହୋଇ ଥାଏ।ଏହି ପର୍ବ କଳମପୁର ବ୍ଲକ ର ତୋତ୍ରା ଗୁଡା, ମାଠିଆ ପଡା ଓ ଖଣ୍ଡି ଡଙ୍ଗରି ଗୁଡା ଏମିତି ତିନୋଟି ଗ୍ରାମ ରେ ପାଳନ କରି ଛନ୍ତି।ଆଖପାଖ ଅଞ୍ଚଳର ପ୍ରତ୍ୟେକ ଆଦିବାସୀ ନିଜନିଜ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ବଜାବାଜଣା ଧରି ପର୍ବ ପାଳନ କରାଯାଉଥିବା ଗ୍ରାମକୁ ଯାଇ ବଳି ଦିଆଯାଇଥିବା ବୁଦା ର ମାଂସ ଆଣି ନିଜ ନିଜ ର ଜମି ରେ ପୋତିଥାନ୍ତି ।ଏହି ପର୍ବ ରେ ପୂଜାରୀ ସୁବାଷ ଚନ୍ଦ୍ର ମାଝୀ , ଗୁର୍ମେ ଉଜ୍ଜଳ ମାଝୀ, ଦିଶାରୀ ପଟ୍ଟନାୟକ ମାଝୀ, ରୋପିଆ ମୋହନ ମାଝୀ, ମୁନ୍ଦ୍ରା ଧରିଆ ଚନ୍ଦ୍ର ମାଝୀ ହୋଇ ଥିବା ବେଳେ ଟୋକି ପର୍ବ କମିଟି ସଭାପତି ବୈକୁଣ୍ଠ ନାଏକ, ସମ୍ପାଦକ ରାମେଶ୍ୱର ନାଏକ, କୈଳାସ ନାଗ, କପିଳ ପଟେଲ, ବୁନୁ ବାରିକ, ଜୟନ୍ତ ବାରିକ, ସୁଶାନ୍ତ ମାଝୀ, ରାଜେଶ ମାଝୀ, ଓ ଗ୍ରାମ ବାସୀ ସମସ୍ତେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ବିଶେଷ ସହଯୋଗ କରିଥିଲେ ।
ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






