।। ତୁମ୍ବିତରାଇ ଗ୍ରାମରେ ଶ୍ରୀ ଶ୍ରୀ ମାଁ ଅଗ୍ନୀ ଗଙ୍ଗମା ବାର୍ଷିକ ଘଟ ଯାତ୍ରା ଅନୁଷ୍ଠିତ ।।

Mar 27, 2024 - 21:05
 0  9
।। ତୁମ୍ବିତରାଇ ଗ୍ରାମରେ  ଶ୍ରୀ ଶ୍ରୀ ମାଁ ଅଗ୍ନୀ ଗଙ୍ଗମା ବାର୍ଷିକ ଘଟ ଯାତ୍ରା ଅନୁଷ୍ଠିତ ।।

କଲ୍ୟାଣସିଂହପୁର:୨୭/୦୩/୨୦୨୪:- ରାୟଗଡ଼ ଜିଲ୍ଲା କଲ୍ୟାସିଂହପୁର ବ୍ଲକ୍ ଅନ୍ତର୍ଗତ ସେରିଗୁମ୍ମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତୁମ୍ବିତରାଇ ଗ୍ରାମରେ ଆଜି ମାଁ ଅଗ୍ନି ଗଙ୍ଗାମ୍ମା ଘଟ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂଜକ ରଞ୍ଜିତ କୌଶଲ୍ୟା ମାଙ୍କୁ ଆରାଧନା କରି ପୂଜା ହୋଇଥିବା ଖଣ୍ଡା ଓ ଘଣ୍ଟ କୁ ଉଯାପନ କରି ଥାଆନ୍ତି ।ପରିଶେଷରେ ଝାମୁ ନିଆଁ ରେ ପୂଜକ ତଥା ମାନସିକଧାରୀ ଚାଲିଥାନ୍ତି, ଏହି ଯାତ୍ରା ପାଇଁ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଭକ୍ତ ମାନେ ଯୋଗଦାନ କରିଥାନ୍ତି। ପାରମ୍ପରିକ ବାଜା ଗିନି କୀର୍ତ୍ତନ ସହ ,ଛେଳି, କୁକୁଡ଼ା ବଳି ଦେବା ସହ ଭକ୍ତ ନିଜ ମାନସିକ କାମନା କରି ମାଙ୍କୁ ପୂଜା କରିଥାନ୍ତି। ନିଜର ମାନସିକ ପୂର୍ଣ୍ଣ ସକାଶେ ଭକ୍ତ ମାନେ ଚୂଳ ଅର୍ପଣ କରିଥାନ୍ତି। ମାଙ୍କୁ ଭକ୍ତି ଭାବରେ ପୂଜା କଲେ ମାଁ ନିଶ୍ଚିତ ପ୍ରସନ୍ନ ହେବା ସହ, ଅପୁତ୍ରି କୁ ପୁତ୍ର /କନ୍ୟା ପ୍ରଦାନ କରିଥାନ୍ତି , ବୋଲି କହିଛନ୍ତି ପୁଜକମଟିର ସଭ୍ୟ ତଥା ଭୁକ୍ତଭୋଗି କର୍ଣ୍ଣ କନ୍ଧପାନୀ, ସହନନ୍ଦ୍ ହିଆଲ, ଗାଇଦୁ ହିଆଲ୍ ଓ ଆସିଥିବା ଭକ୍ତ। ଶ୍ରଦ୍ଧାଳୁ ମାନେ ତଥା ପୂଜା କମିଟି ପକ୍ଷରୁ ଗ୍ରାମର ସମସ୍ତ୍ ବ୍ୟକ୍ତି ସହଯୋଗ କରିଥିଲେ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ