।। ଡେଙ୍ଗୁ ଜ୍ଵର ପୀଡ଼ିତାଙ୍କୁ ସାହାଯ୍ୟ କଲେ ସମାଜ ସେବୀ ଯୁବକ ।।

ବାଙ୍ଗାଲୋର ସହର ରେ ଡେଙ୍ଗୁ ଜ୍ଵର ପୀଡ଼ିତା କୁ ସାହାଯ୍ୟର ହାତ ବଢାଇଲେ ସମାଜ ସେବୀ ଯୁବକ। ସୂଚନା ମୁତାବକ ଭଦ୍ରକ। ଜିଲ୍ଲା,ସାବରଙ୍ଗ ଥାନା, ହରିପୁର, ସାହାଡ଼ି ଗ୍ରାମର ଅଶୋକ ପାଣିଗ୍ରାହୀ ଓ ତାଙ୍କ ଧର୍ମ ପତ୍ନୀ ସ୍ୱର୍ଣାବାଳା ପାଣିଗ୍ରାହୀ ଏକ ବର୍ଷ ପୂର୍ବେ ବାଙ୍ଗାଲୋର ସହରରେ ପ୍ରବାସୀ ଓଡ଼ିଆ ଭାବେ ରହି କାମ କରୁଥିଲେ। ହଠାତ ସ୍ଵର୍ଣ୍ଣବାଳା ଙ୍କୁ ଡେଙ୍ଗୁ ଜ୍ଵର ହେବାରୁ ପ୍ରଥମେ ସଂଜମ ହସ୍ପିଟାଲ ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ।ଚିକିତ୍ସାରେ କିଛି ପରିବର୍ତ୍ତନ ନହେବାରୁ ପରେ ଲାଇଫ କେୟାର ହସ୍ପିଟାଲ କୁ ସ୍ତାନସ୍ତରୀତ କରିଥିଲେ। ସେଠାରେ ମଧ୍ଯ ସେହି ସମାନ ପରିସ୍ଥିତି ଦେଖାଦେବାରୁ ଆଜି ମା ତାରିଣୀ ଓଡ଼ିଆ ସେବା ଟ୍ରଷ୍ଟ ବାଙ୍ଗାଲୋର ସଭାପତି ଧନେଶ୍ୱର ମହାନ୍ତି, ସମାଜ ସେବୀ ଗଣେଶ ହୋତା, ମାନସ ପଣ୍ଡା ଓ ଭଞ୍ଜନ କୁମାର ଙ୍କ ସହଯୋଗ କରିଥିବା ବେଳେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପଠାଇଥିବା ସୂଚନା ମିଳିଛି ।
କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






