।। ଟୋକି ମରା ପର୍ବର ପ୍ରଥମ ପର୍ବ ବାଲିଯାତ୍ରା ଅନୁଷ୍ଠିତ ।।

May 20, 2024 - 06:30
 0  14
।। ଟୋକି ମରା ପର୍ବର ପ୍ରଥମ ପର୍ବ ବାଲିଯାତ୍ରା ଅନୁଷ୍ଠିତ ।।

ଆଦିବାସୀ ଙ୍କ ଗଣପର୍ବ ହେଉଛି ଟୋକି ମରା ପର୍ବ ଏହି ପର୍ବ ଗୋଟିଏ ବର୍ଷ ପର୍ଯ୍ୟନ୍ତ ହୋଇଥିବା ବେଳେ ଏହି ପର୍ବର ପ୍ରଥମ ପର୍ବ ହେଉଛି ବାଳିଯାତ୍ରା l ଚଳିତ 2024/25 ମସିହାରେ କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ଅନ୍ତର୍ଗତ ହାରାମାଲ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମରେ ଟୋକିମରା ପର୍ବ ଅନୁଷ୍ଠିତ ହେବାକୁ ଯାଉଛି l ତେଣୁ ତା 11/5/2024 ରିଖ ଶନିବାର ଶୁଭ ଦିନ ଥିବାରୁ ଗ୍ରାମର ଶତାଧିକ ଜନସାଧାରଣ ଙ୍କ ଉପସ୍ଥିତ ରେ ନଡ଼ିଆ ଧୂପ, ଦୀପ, କୁକୁଡ଼ା, ବାଜା, ମହୁରୀ ଓ ଗୁରୁମେ, ଦିଶାରୀ, ପୁଝାରୀ ସହ ଏକ ଶୋଭାଯାତ୍ରା ରେ ବାହାରି ଏକ ପୋଖରୀ କୂଳକୁ ଯାଇ ପୂଜାପାଠ କରି ସେହି ପୋଖରୀ ରୁ ବାଲିଗଜା ପାଇଁ କିଛି ବାଲି ସଂଗ୍ରହ କରି ଆଣି ପୂଜାପାଠ ମାଧ୍ୟମରେ ବାଲିରେ କିଳଷ ରୋପଣକରି ବାଲିଗଜା କରିଥିଲେ ପରେ 7 ଦିନ ପରେ ଶୁକ୍ରବାର, ଶନିବାର ଓ ରବିବାର 3 ଦିନ ଧରି ଗୁରୁମେ ପୂଜା ପାଠ କରିବା ସହ ଦେବାଦେବୀ ମାନଙ୍କ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ବାଲିଗଜା ଧରି ହଳ ଳଂଲଗ କରି ବିହନ ବୁଣି ଥିଲେ ଓ ଗାଁ ର ଯୁବକ ଯୁବତୀଙ୍କ ଠୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ମାନଙ୍କୁ ନେଇ ବାଲିଗଜା ଧରି ଦେବଦେବୀ ଙ୍କ ପରାକ୍ରମ ଦେଖେଇ ନାଚିଥିଲେl ଓ ପୂଜାପାଠ ସରିଲା ପରେ ଗାଁର ଶତାଧିକ ଜନସାଧାରଣ ଙ୍କ ଉପସ୍ଥିତ ରେ ବିରାଟ ଶୋଭାଯାତ୍ରା ରେ ବାହାରି ବାଲିଗଜା କୁ ଗୁରୁମେ ସହ ଛୋଟ ଛୋଟ ଭଉଣୀ ଓ ଯୁବକ ମାନେ ପୂଜା କରାଯାଇଥିବା ଦେବାଦେବୀ ଙ୍କ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ବାଜା ମହୁରୀ ର ତାଳେ ତାଳେ ନାଚି ବାଲିଗଜା କୁ ଗାଁ ର ଏକ ଦୂର ଜାଗାକୁ ଯାଇ ପୂଜପାଠ କରି ବିସର୍ଜନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଗୁରୁମେ ପାନ ମାଝୀ, ଦିଶାରୀ ସୋନୁ ମାଝୀ, ଯାନୀ ଅଭି ମାଝୀ, ରାଜକୁମାର ମାଝୀ, ମୁଢ଼ିକା ମାର୍କଣ୍ଡ ମାଝୀ, ମୁଦ୍ରାଧରିଆ ଟଙ୍କ ମାଝୀ, ରନ୍ଧନିଆ ଦନାର ମାଝୀ, ରୋପିଆ ଓ ଗ୍ରାମ୍ୟ ଟୋକି ମରା କମିଟି ର ସଭାପତି ଲଳିତ ମୋହନ ଠାକୁର, କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ସୁନାନୀ, ସାଧାରଣ ସମ୍ପାଦକ ସୌମ୍ୟରଂଜନ ଠାକୁର, ସମ୍ପାଦକ ରାମନାଥ ଶବର, ସହ ସମ୍ପାଦକ ସୁଧାଂଶୁ ଶବର, ଭୋଜରାଜ ଛତ୍ରିଆ,ତ୍ରିନାଥ ମାଝୀ, କୋଷାଧକ୍ଷ ମାଧବ ଗୌଡ଼, ଅନ୍ତରାମ ରାଉତ,ତଦାରଖ ସଭାପତି ହିମାଂଶୁ ଶବର,ଉପସଭାପତି ଚକ୍ର ଗଉଡ଼, ଅଭିମନ୍ୟୁ ମାଝୀ, ପିତାମ୍ବର ଶବର,ଉପଦେଷ୍ଟା କମିଟି ବିଶ୍ୱନାଥ ଶବର, ଦୁର୍ଯ୍ୟୋଧନ ସୁନାନୀ, ଭୋକାଳୁ ହରିଜନ, ଗୁରୁବାରୁ ଶବର, ଶତ୍ରୁଘନ ରାଉତ, ମାଧବ ଠାକୁର, କାର୍ଯ୍ୟକାରୀ କମିଟି, ଥବିର ରାଉତ,ତାରାଚନ ଶବର,ହେମନ୍ତ ଶବର, ବଳରାମ ଗଉଡ଼, ଦେବ ଶବର, ଦୟାଳୁ ଛତ୍ରିଆ, ମଙ୍ଗଳୁ ସୁନାନୀ, ଶିବ ମାଝୀ, ପତି ଗଉଡ଼,ସଦା ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ବିଶେଷ ସହଯୋଗ କରିଥିଲେ l

କଳାହାଣ୍ଡି ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ ଫାଷ୍ଟ news ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ