।। ଟେକ୍ନୋ ସ୍କୁଲ୍ ଦ୍ଵାରା ରାମାନାଗୁଡ଼ା ଇଶା ପାର୍କ ଠାରେ ବଣ ଭୋଜି ର ଆୟୋଜନ ।।

Dec 24, 2023 - 17:20
 0  35
।। ଟେକ୍ନୋ ସ୍କୁଲ୍ ଦ୍ଵାରା ରାମାନାଗୁଡ଼ା ଇଶା ପାର୍କ ଠାରେ ବଣ ଭୋଜି ର ଆୟୋଜନ ।।

ରାୟଗଡ଼ା ଜିଲ୍ଲା ପଦ୍ମପୁର-: ଅଭ୍ୟାସ ଟେକ୍ନୋ ସ୍କୁଲ୍ , ପଦ୍ମପୁର .। ୨୦୨୩ ରେ ରାମାନାଗୁଡ଼ା ଇଶା ପାର୍କ ଠାରେ ବଣ ଭୋଜି ର ଆୟୋଜନ କରିଥିଲେ । ବଣଭୋଜି ର ଅର୍ଥ ରୋଷେଇ କରି ବୁଲି ମଜା କରି ଖାଇକି ଆସିବା , ସେତିକି ନା ଆଉ କଣ ନାଁ ସେତିକି ନୁହଁ ନୂଆ କିଛି ଶିଖାଇ ଦେଲା ସମସ୍ତ ଜନ ସମାଜ କୁ ଅଭ୍ୟାସ ଭୋଜି ସହ ମାଁ ର ମହତ୍ତ୍ଵ କୁ ବୁଝାଇବାକୁ ଯାଇ ମାତୃ ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ନାମ ଦେଇ ଥିଲେ ସମ୍ପୂର୍ଣ ଯାହାର ଅର୍ଥ କୁ ବୁଝାଇଥିଲେ ପରିପୂର୍ଣତା । ମାଆ କେବେ ଅପୂର୍ଣ୍ଣ ନଥାଏ ପୂର୍ଣ୍ଟତାର ପ୍ରତି ଛବିଟିଏ। ଆଜି କାଲି ଇଙ୍ଗିଲିଶ ମିଡିୟମ୍ ସ୍କୁଲ୍ ଗୁଡାକ ର ପିଲାମାନେ ଘରେ ମାଆ କହିଲେ କିଛି ଶୁଣନ୍ତି ନାହିଁ କୁହନ୍ତି ତତେ କିଛି ପାଠ ଆସେନି ଆମ ମିସ୍ ମାନଙ୍କୁ ହିଁ ଆସେ ଆମେ ତାଙ୍କ କଥା ହିଁ ଶୁଣିବୁ ମାଆ ମାନଙ୍କ କଥା ଶୁଣନ୍ତି ନି କି ମାନନ୍ତି ନି । ତେଣୁ ମାଆ ମାନଙ୍କ ମୂଲ୍ୟ ବୁଝାଇବାକୁ ଅଭ୍ୟାସ ଏହି ନୂଆ ପ୍ରୟାସ କରାଇଥିଲା ଯାହା ଥିଲା ସମ୍ପୂର୍ଣ୍ଣ ସେଠାରେ ମାଆ ମନକୁ ନିଜ ନିଜ ଛୁଆ ମନ୍ତ୍ର ପାଠ ସହ ପୂଜା ଅର୍ଚ୍ଚନା କରିଥିଲେ । ମାଆ ବିଷୟରେ ବହୁତ୍ ସୁନ୍ଦର୍ ଆଲୋଚନା କରି ମାଙ୍କ ତାତ୍ପର୍ଯ୍ୟ କୁ ବୁଝାଇଥିଲେ । ଏଥିରେ ମୁଖ୍ୟ ଅତିଥି କେବଳ ମାଁ ମାନେ ଥିଲେ । ମାଆ ମାନଙ୍କୁ ନେଇ ନାଚ,ଗୀତ,ଖେଳ ରଖି ପୁରସ୍କାର ବିତରଣ କରିଥିଲେ ।ଶେଷରେ ବେଷ୍ଟ ସମ୍ପୂର୍ଣ୍ଣ। କୁଇନ ମଧ୍ୟ ବଚାଯାଇ ତାଙ୍କୁ ସମ୍ମାନୀତ କରିଥିଲେ । ଅଭ୍ୟାସ ଟେକ୍ନୋ ସ୍କୁଲ୍ ର ପ୍ରିନ୍ସିପାଲ ମେନେଜମେଣ୍ଟ,ଓ ମେନେଜର,ଷ୍ଟାଫ ଏହି କାର୍ଯ୍ୟ କ୍ରମକୁ ସୁଚାରୁରୂପେ ଆୟୋଜନକରି ପରିଚାଳନା କରି ଥିବାରୁ ଓ ଏହି ସବୁ କରି ସମସ୍ତ ଙ୍କ ମନରେ ଉତ୍ସାହ ଉଦ୍ଦୀପନା ଖୁସି ଭରି ଦେଇଥିବା ନେଇ ଉପସ୍ଥିତ ସମସ୍ତେ ଧନ୍ୟବାଦ ଜଣାଇଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ