ଟୀକାକରଣ ରେ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ l ଜିଲ୍ଲାପାଳଙ୍କ ସ୍ଵାସ୍ଥ୍ୟ ବିଭାଗର ସମୀକ୍ଷା

ନୂଆପଡ଼ା : ତା 29.11.24 ଆଜି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଵାସ୍ଥ୍ୟ ବିଭାଗ ର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡଃ ଗୁରୁପ୍ରସାଦ ଜେନା , ଡି ଏମ୍ ଓ ଡଃ ଲଳିତ ମୋହନ ବିଶି ଓ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ର ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ l ଡି ପି ଏମ୍ ଓ ଦିଲ୍ଲୀପ ଦୁବେ ଓ ଡି ଏମ୍ ଆର୍ ସି ରଞ୍ଜନ କୁମାର ମହାନ୍ତି ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାରେ ସ୍ଵାସ୍ଥ୍ୟ ବିଭାଗ ର ବିଭିନ୍ନ ଉପଲବ୍ଧି ସମ୍ବନ୍ଧରେ ସୂଚନା ଦେଇଥିଲେ l ଜିଲ୍ଲାପାଳ ଙ୍କ ବିଭିନ୍ନ ଗସ୍ତ ସମୟରେ ତିନୋଟି ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ନିଜେ ଭର୍ତ୍ତି କରି ସେମାନଙ୍କ ପ୍ରାଣ ରକ୍ଷା କରିଥିବାରୁ ସ୍ଵାସ୍ଥ୍ୟ ବିଭାଗ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରଯାଇଥିଲା l ସମିକ୍ଷାରୁ ଜଣା ଗଲାଯେ ରାଜ୍ୟରେ ଟିକା କରଣ ରେ ନୂଆପଡ଼ା ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି l ଜିଲ୍ଲାରେ ଆନୁଷ୍ଠାନିକ ପ୍ରସବ ହାର 99 ପ୍ରତିଶତ lଏବର୍ଷ ଏପ୍ରିଲ୍ ରୁ ଏପର୍ଯ୍ୟନ୍ତ 293430 ଜଣ ରୋଗୀ ଜିଲ୍ଲାର ସମସ୍ତ ସରକାରୀ ଡାକ୍ତରଖାନା ରେ ପଞ୍ଜୀକୃତ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ 95 ପ୍ରତିଶତ ଜଣଙ୍କୁ ମାଗଣା ଔଷଧ ପ୍ରଦାନ କରା ଯାଇଛି l 179024 ଜଣଙ୍କ ବିଭିନ୍ନ ପରୀକ୍ଷା କରାଯାଇଛି l 15607 ଜଣଙ୍କୁ ଟେଲି ପରାମର୍ଶ ସେବା ଯୋଗାଇ ଦିଆଯାଇଛି l ଡେଲିଭରି ଭ୍ୟାନ ଉପଯୋଗ କରି ଜିଲ୍ଲାର ଦୁର୍ଗମ ଗ୍ରାମାଞ୍ଚଳରେ ଶିଶୁ ଓ ମାତୃ ମୃତ୍ୟୁ ହାର କମାଯାଇ ପାରିଛି l ସ୍ଵାସ୍ଥ୍ୟ ବିଭାଗ ବିଭିନ୍ନ ପାରାମିଟର ରେ ସମଗ୍ର ରାଜ୍ୟରେ ନୂଆପଡ଼ା ଜିଲ୍ଳାର ସ୍ଥିତି ଭଲ ଥିବାରୁ ଏହାକୁ ଜିଲ୍ଲାପାଳ ପ୍ରଶଂସା କରିବା ସହିତ ଆଗକୁ ଏହି ଧାରା ବଜାୟ ରଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ l ନବଜାତ ଶିଶୁ ମାନଙ୍କ ମୃତ୍ୟୁ ହାର କମାଇବାରେ ସବ୍ ଡିଭିଜନ ଡାକ୍ତଖାନା ଖରୀଆର ରାଜ୍ୟରେ ପୁରସ୍କୃତ ହୋଇଥିବାରୁ ଏଥିରେ ଉଲ୍ଲେଖନୀୟ ଅବଦାନ ଥିବା ଖରୀଆରର ଶିଶୁ ବିଶେଷଜ୍ଞ ଡଃ ମହେନ୍ଦ୍ର କୁମାର ମାଝୀ ଏଵଂ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ନୂଆପଡ଼ା ବ୍ଲକ୍ ର ସିଏଚଓ କନକ ବର୍ଦ୍ଧନ ସାହୁ ଓ ବୋଡ଼େନ ବ୍ଲକ୍ ର ଏ ଏନ୍ ଏମ୍ ତପସ୍ଵିନୀ ବାନ୍ଧିଛୋର୍ ଓ ଆଶା କର୍ମୀ ପୁଷ୍ପା ପଟେଲ ଙ୍କୁ ଉପଢୌକନ, ଟ୍ରଫି ଓ ମାନପତ୍ର ଦେଇ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ l ଜିଲ୍ଲାପାଳ କହିଲେଯେ କୌଣସି ପରିସ୍ଥିତିରେ ବି ଆମେ ଜଣେ ହେଲେ ପ୍ରସୂତୀ ମା କିମ୍ବା ଶିଶୁ କୁ ମୃତ୍ୟୁ ବରଣ କରିବା ପାଇଁ ଦେବା ନାହିଁl ଏହାପରେ ଜିଲ୍ଲାପାଳ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ନିବାରଣ ବୈଠକ ରେ କହିଲେ ଯେ ଜିଲ୍ଲାରେ ଏବେ ଲିଙ୍ଗ ଅନୁପାତ 1000 ପୁରୁଷରେ 949 ମହିଳା ଥିବାରୁ ଏହାକୁ ବୃଦ୍ଧି କରିବାକୁ ସମସ୍ତେ ଚେଷ୍ଟିତ ହେବେ l ବେଆଇନ କୌଣସି ଆଲଟ୍ରା ସାଉଣ୍ଡ କେନ୍ଦ୍ର କୁ ଜିଲ୍ଲାରେ ମୋଟେ ଚାଲିବାକୁ ଦିଆଯିବ ନାହିଁ l ସ୍ଵାସ୍ଥ୍ୟ ବିଭାଗ ର ସମସ୍ତ ଡ଼ାକ୍ତର,ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ଉତ୍ସର୍ଗୀକୃତ ଉଦ୍ୟମ ହେଲେ ଆମ ଜିଲ୍ଲା ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଆହୁରି ସୁନାମ ଆଣି ପାରିବ l ଆଜିର ଏହି ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଅତିରିକ୍ତ ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋର ଚନ୍ଦ୍ର ପଟେଲ , ସମସ୍ତ ଡାକ୍ତରଖାନା ର ମୁଖ୍ୟ ଡ଼ାକ୍ତର, ଜାତୀୟ ସ୍ଵାସ୍ଥ୍ୟ ମିଶନ ସମସ୍ତ କର୍ମଚାରୀ , ନର୍ସିଂ ଅଧିକାରୀ, ନର୍ସ, ବି ପିମ୍, ପ୍ରମୁଖ ଯୋଗ ଦେଇଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






