ଟାନୱାଟ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ ମେଳା 2025 ପାଳିତ

Feb 22, 2025 - 19:41
 0  20
ଟାନୱାଟ କ୍ଲଷ୍ଟର ସ୍ତରୀୟ  ଶିକ୍ଷଣ ସାମଗ୍ରୀ  ପ୍ରସ୍ତୁତି ଓ ପ୍ରଦର୍ଶନୀ ମେଳା 2025 ପାଳିତ

ନୂଆପଡ଼ା : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟାନୱାଟଠାରେ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ ମେଳା ତାରିଖ 21.2.2025 ଓ 22.2.2025 ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମଟି ସିଆରସିସି, ଶ୍ରୀଯୁକ୍ତ ହିରାଲାଲ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। l ଉକ୍ତ କାର୍ଯୟକ୍ରମରେ ମୁଖ୍ୟ ଅତିଥି ଭାବରେ ସିଆରସିସି, ଶ୍ରୀଯୁକ୍ତ ହିରାଲାଲ ପଟେଲ,, ଏବଂ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜୟକୃଷ୍ଣ ସୁନାନୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଟାନୱା ଟ ବିଦ୍ୟାଳୟ ରୁ ପ୍ରଧାନ ଶିକ୍ଷକ ଜୟ କୃଷ୍ଣ ସୁନାନି, ଶିକ୍ଷୟିତ୍ରୀ ଚମ୍ପାବତି ଶବର, ଗୀତାଞ୍ଜଳି ଶବର ପ୍ରେମଶିଳା ନାୟକ,ବନ୍ଦନା ପ୍ରଧାନ, ଅନୀମା ସେଠ,ଓ ଗୀତା ନିଆଲ ଧାମନପୂରୀ ବିଦ୍ୟାଳୟରୁ ଶିକ୍ଷୟିତ୍ରୀ ରୋଶନୀ ମାଝୀ, ଲୁକୁପାଳି ବିଦ୍ୟାଳୟରୁ ଶିକ୍ଷୟିତ୍ରୀ ସୁବ୍ରତ ଦାଶ ଖୋକସା ବିଦ୍ୟାଳୟରୁ ଶିକ୍ଷକ ରଥୁ କେଉଟ , ଗୋବ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ନନ୍ଦ କୁମାର ମାଝୀ , କେରମେଲି ଉଚ୍ଚ ବିଦ୍ୟାଳୟରୁ ଶିକ୍ଷକ କୁମରସାଏ ମାଝୀ, ଜୁନାପଡ଼ା ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ସଦାନନ୍ଦ କାରେ , ତିଲେଇମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅଶୋକ କୁମାର ପଟେଲ କାଙ୍କେରମଞ୍ଜି ବିଦ୍ୟାଳୟରୁ ଶିକ୍ଷକ ଦେବୀ ସିଂ ମାଝୀ , ପେଠୀଆପାଳି ବିଦ୍ୟାଳୟରୁ ଶିକ୍ଷୟିତ୍ରୀ ଗୀତାଞ୍ଜଳି ମାଝୀ ,ତଥା ଦିଆନମୁଣ୍ଡା ବିଦ୍ୟାଳୟରୁ ଶିକ୍ଷୟିତ୍ରୀ ତ୍ରିବେଣୀ ଶବର ଯୋଗଦାନ କରିଥିଲେ। ଉପରୋକ୍ତ ସମସ୍ତ୍ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ ପୂର୍ବକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କରି ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ନିଜେ ନିଜେ ପ୍ରସ୍ତୁତ କରିଥିବା ସାମଗ୍ରୀ ର ଉପାଦେୟତା ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମ ର ସଫଳ ରୁପାୟନରେ ପୂର୍ଣ୍ଣ ସହଯୋଗ କରିଥିଲେ ଶିକ୍ଷକ ସଦାନନ୍ଦ କାରେ, ଖେଳ ଶିକ୍ଷକ ମହେନ୍ଦ୍ର ଭୋଇ,ଶିକ୍ଷୟୀତ୍ରି , ବନ୍ଦନା ପ୍ରଧାନ l କୁନି କୁନି ଶିଶୁ ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ତଥା ଶିକ୍ଷଣ କାର୍ଯ୍ୟ କୁ ଚିତ୍ତାକର୍ଷକ କରିବାପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷଣ ସାମଗ୍ରୀ ର ଗୁରୁତ୍ୱାରୋପ କରାଯାଇଥିଲା। ଅଂଶ ଗ୍ରହଣ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା l ସିଆରସିସି ନିଜ ଅଭିଭାଷଣରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଛାତ୍ରଛତ୍ରୀମାନଙ୍କ ଉତ୍ତରୋତ୍ତର ପ୍ରଗତି କାମନା କରିଥିଲେ। ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ପୂର୍ବକ ଅଦ୍ୟ ଦିବସର କାର୍ଯ୍ୟକ୍ରମ ସମାପନ କରାଯାଇଥିଲା ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ