ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବଲପୁରୀ ଦିବସ ପାଳିତ:ସମ୍ବଲପୁରୀ ପୋଷାକରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ;ଗୁରୁ ସ୍ୱର୍ଗତ ସତ୍ୟ ନାରାୟଣ ବହିଦାରଙ୍କ ସ୍ମୃତି ଚାରଣ

Aug 2, 2026 - 15:55
 0  20
ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବଲପୁରୀ ଦିବସ ପାଳିତ:ସମ୍ବଲପୁରୀ ପୋଷାକରେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ;ଗୁରୁ ସ୍ୱର୍ଗତ ସତ୍ୟ ନାରାୟଣ ବହିଦାରଙ୍କ ସ୍ମୃତି ଚାରଣ

ସମ୍ବଲପୁରୀ ଭାଷା, କଳା ଓ ସଂସ୍କୃତିର ପ୍ରଚାର-ପ୍ରସାର ପାଇଁ ସମ୍ବଲପୁରୀ ଦିବସ ପାଳନ

 *ଝାରସୁଗୁଡ଼ା, ୧।୮ (ଫାଷ୍ଟ ନ୍ୟୁଜ ଓଡ଼ିଶା):* ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ସମ୍ବଲପୁରୀ ଦିବସ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ସମ୍ବଲପୁରୀ ପୋଷାକ ପରିଧାନ କରି କାର୍ଯ୍ୟକ୍ରମରେ ଯୋଗଦେଇ ପଶ୍ଚିମ ଓଡ଼ିଶାର ଗୌରବମୟ ଭାଷା, କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ସଂସ୍କୃତି ର ଅନନ୍ୟ ସାଧକ ଗୁରୁ ସ୍ୱର୍ଗତ ସତ୍ୟ ନାରାୟଣ ବହିଦାରଙ୍କ ସ୍ମୃତିଚାରଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ୱାଣ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ, ପ୍ରକଳ୍ପ ନିର୍ଦ୍ଦେଶକ, ପୁନର୍ବାସ ଓ ଥଇଥାନ (ଆର୍ ଆଣ୍ଡ୍ ଆର୍) ତଥା ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଲିତ ସୋରେଙ୍ଗଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।ସମ୍ବଲପୁରୀ ପୋଷାକ ପରିଧାନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ପରିବେଶ ବେଶ ସୁସଜ୍ଜିତ ଓ ଆକର୍ଷଣୀୟ ହୋଇଉଠିଥିଲା। ସମ୍ବଲପୁରୀ ବସ୍ତ୍ରର ନିଆରା ବୁଣାକାର୍ଯ୍ୟ, ଆକର୍ଷଣୀୟ ରଙ୍ଗ ଓ ପାରମ୍ପରିକ ଡିଜାଇନ୍ ଏହି ଅବସରକୁ ଅଧିକ ମନୋରମ କରିଥିଲା।ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଚହ୍ୱାଣ କହିଥିଲେ ଯେ, ସମ୍ବଲପୁରୀ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକକଳା, ହସ୍ତତନ୍ତ, ଭାଷା, ସାହିତ୍ୟ ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ସହ ପ୍ରଚାର-ପ୍ରସାର କରିବା। ସେ ଏହି ଶୁଭ ଅବସରରେ ସମସ୍ତଙ୍କୁ ସମ୍ବଲପୁରୀ ଦିବସର ଶୁଭେଚ୍ଛା ଜଣାଇଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ସହାୟକ ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଆୟୋଜନ ସମସ୍ତଙ୍କ ମଧ୍ୟରେ ଏକତା, ସାଂସ୍କୃତିକ ଚେତନା ଓ ଆଞ୍ଚଳିକ ଗୌରବବୋଧକୁ ଆହୁରି ସୁଦୃଢ଼ କରିଥିଲା। ଜ଼ିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଜ଼ିଲ୍ଲା ର ସମସ୍ତ ଜ଼ିଲ୍ଲା ସ୍ତରୀୟ କାର୍ଯ୍ୟାଳୟ, ବ୍ଲକ, ତହସିଲ କାର୍ଯ୍ୟlଳୟ ମାନଙ୍କ ରେ ମଧ୍ୟ ସମ୍ବଲପୁରୀ ଦିବସ ଉପଲକ୍ଷେ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନେ ସମ୍ବଲପୁରୀ ପୋଷାକ ପରିଧାନ କରିଥିଲେ l

 ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ