।। ଜିଲ୍ଲା ସ୍ତରୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତ ମେଳା ଉଦଯାପିତ।।

ନୂଆପଡା- ଆଜି ୩୦/୧୨/୨୩ରିଖ ନୂଆପଡା ସଦର ମହକୁମା ସ୍ଥିତ ପୁଲିସ ପଡିଆଠlରେ ଗତ ୨୬ ତାରିଖରୁ ଆରମ୍ଭ ହୋଇଥିବା କୃଷି ଯନ୍ତ୍ରପାତି ମେଳା ଆଜି ଉଦଯାପିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରି ହିମାଂଶୁ ମହାପାତ୍ର ଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ସମାରୋହରରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ଯୋଗଦାନ କରିଥିବାବେଳେ ସମ୍ମାନୀତ ଅତିଥି ଭାବରେ ନୂଆପଡା ଜିଲ୍ଲା ସଡନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ କୋମନା ଫଚାୟତ ସମିତି ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ନୂଆପଡା ସଦର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ମହମ୍ମଦ ଆଦମ ଖରିଆରରୋଡ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ଡ. ସୋନିଆ ଜୈନ, ଆପିକଲର ଜିଲ୍ଲା ପରିଚାଳକ ପଦ୍ମ ଲୋଚନ ମାଝୀ ପ୍ରମୁଖ ମଂଚାସିନ ଥିଲେ । ଏହି ଅବସରରେ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ କୃଷି ଯନ୍ତ୍ରପାତି ମେଳାର ଆବଶ୍ୟକତା ଉଦ୍ଦେଶ୍ୟ ଉପଲବ୍ଧି ସମ୍ପର୍କରେ ସଭାକୁ ଅବଗତ କରାଇଥିଲେ। ସେହିପରି ଉପସ୍ଥିତ ଅତିଥି ମାନେ କୃଷି ଓ କୃଷକ ର ଉନ୍ନତି ହିଁ ଦେଶର ଉନ୍ନତି ସମ୍ବଳ ବୋଲି ମତ ପ୍ରକାଶ କରିଥିଲେ। ତେବେ କୃଷକ ମାନେ ଅଧୁନିକ କୃଷି ପ୍ରଣାଳିକୁ ଆପଣେଇବା ସହ ପାରମ୍ପରିକ କୃଷି କୁ ମଧ୍ୟ ଭୁଲିବା ଉଚିତ ନୁହେଁ ବୋଲି ଜଣାଇଥିଲେ I କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ସବୁଜ ଶକ୍ତିର ବ୍ୟବହାର ଅବଶ୍ୟକ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ କୃଷି କ୍ଷେତ୍ରରେ ସଫଲତା ପାଇଥିବା ସୟଂସହାୟକ ଗୋଷ୍ଠି କୃଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହିଳା ସୟଂସହାୟକ ଦଳକୁ ମିଲେଟ ଚୂନା କରିବା ଯନ୍ତ୍ର, ଥେସର, କୃଷି କ୍ଷେତ୍ରରେ ସଫଳ ହୋଇଥିବା ଚାଷି ଙ୍କୁ ଟ୍ରାକ୍ଟର ଅନ୍ୟାନ୍ୟ ଅନୁଷଙ୍ଗିକ କୃଷି ଯନ୍ତ୍ରପାତି ପ୍ରଦାନ କରାଯାଇଥିଲା । କୃଷି ଯାନ୍ତ୍ରିକ କରଣ, ମହିଳା କୃଷି ଯିବି, ମହିଳା ସୟଂସହାୟକ ଦଳଙ୍କ ପ୍ରଗତିରେ କୃଷି ଯନ୍ତ୍ରପାତି ନିରନ୍ତର କୃଷି ପାଇଁ ସମନ୍ବିତ କୃଷି ପଦ୍ଧତି ସମନ୍ବିତ ରୋଗପୋକ ପରିଚାଳନା, କୃଷି କ୍ଷେତ୍ରରେ ଡୋନ ପ୍ରଯୁକ୍ତି ବ୍ୟବହାର, ଜଳ ବିଭାଜିକା ମିଶନ ଉପରେ ଦୈନିକ ଶହେ ଜଣ ଚାଷି ଙ୍କୁ ଡାଲିମ ଦିଆଯାଇଛି । ଆଜିର ମଂଚ ପରିଚାଳନା ସିନାପାଲି ବ୍ଲକ କୃଷି ଅଧିକାରୀ ଦିପ୍ତିମୟୀ ବାରିକ, ସହକାରି କୃଷି ଅଧିକାରି ବର୍ଷା ଆଜାଦ, ହାଡିବନ୍ଧା ସହକାରି କୃଷି ଅଧିକାରି ତପସ୍ବିନୀ ମାଝି କରିଥିବାବେଳେ ସତ୍ୟାଭୂଷନ ନାଗ, ଦୁଃଖିରାମ ଟୁଡୁ, ସୁଧାଂଶୁ ମେହେର, ସୁଧାଂଶୁ ସେଖର ସାହୁ, ଦିପାଶୀ ମଣ୍ଡଳ, ଆଶିଷ କୁମାର ମେହେର, ଆଭାଷ ନାଏକ ସରୋଜ ମିର୍ଜା ଓ ସଂଗୀତ ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






