।। ଜିଲ୍ଲା ସ୍ତରୀୟ ସାମୁହିକ ଫାଇଲେରିଆ ଔଷଧ ସେବନ ଏବଂ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Feb 11, 2024 - 11:58
 0  27
।। ଜିଲ୍ଲା ସ୍ତରୀୟ ସାମୁହିକ ଫାଇଲେରିଆ ଔଷଧ ସେବନ ଏବଂ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ରାୟଗଡ:-ତା.୧୦/୦୨-ଆଜି ରାୟଗଡ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଭlକୁରଗୁଡ଼ା ସ୍ଥିତ ଆଶ୍ରମ ବିଦ୍ୟାଳୟ ରେ ଜାତୀୟ କୃମିନାଶକ ଦିବସ ଏବଂ ଫାଇଲେରିଆ ନିରାକରଣ ଅଭିଯାନ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି | ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକତ୍ସା ତଥା ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ ଲାଲମୋହନ ରାଉତରାୟ, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ା ଭି ଏଲ୍ ଏନ ରାଜୁ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ) ଡା ମମତା ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭାଜନଲାଲ ମାଝୀ, ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ରାଜେଶ୍ୱର ରାଓ ପଟ୍ଟନାୟକ, ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରୀ ଡ଼ା ବି ସନ୍ତୋଷ କୁମାର ଏଵଂ ରୋଟାରୀ କ୍ଲବ ର ଅଧ୍ୟକ୍ଷ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଔଷଧ ଖୁଆଇବା ସହିତ, ନିଜେ ଔଷଧ ସେବନ କରି ଜିଲ୍ଲାର ସମସ୍ତ ହିତାଧିକାରୀ ମାନଙ୍କୁ ଏହି ଔଷଧ ଖାଇବାପାଇଁ ଅନୁରୋଧ କରିଥିଲେ, ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ଏହି ଔଷଧ ଖାଇବା ଦ୍ବାରା ଆମ ଜିଲ୍ଲାକୁ ରକ୍ତ ହୀନତା ଓ ଫାଇଲେରିଆ ଭଳି ରୋଗ ରୁ ରକ୍ଷା କରି ପାରିବା ବୋଲି ନିଜ ବକ୍ତବ୍ୟ ରେ କହିଥିଲେ । ସାମୁହିକ ଔଷଧ ସେବନ ଅଭିଯାନ ସମୟରେ ୨ ବର୍ଷ ରୁ ଉର୍ଧ୍ଵ ପ୍ରତ୍ୟକ ପରିବାରର ସମସ୍ତ ସଦସ୍ୟଙ୍କୁ ଆଶା, ଅଙ୍ଗନବାଡି କର୍ମୀ ଓ ସ୍କୁଲ ଶିକ୍ଷକ ମାନେ ଆଲବେଣ୍ଡାଜୋଲ (କୃମିନାଶକ) , ଆଇଭରମେକ୍ଟିନ ଓ ଡିଇସି ବଟିକା ବା ଔଷଧ ଖୁଆଇବେ | ଏହି ଅଭିଯାନ ଚଳିତମାସ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ମୁନିଗୁଡା, ଜଗନ୍ନାଥପୁର, ବିଷମ କଟକ, ପଦ୍ମପୁର ଓ ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ସମସ୍ତ ଗ୍ରାମ ଓ ଗୁଡାରୀ ବିଜ୍ଞାପିତ ଅଞ୍ଚଳର ସମସ୍ତ ୱାର୍ଡରେ ୨ ବର୍ଷରୁ ଉର୍ଦ୍ଧ ସମସ୍ତଙ୍କୁ ଜାତୀୟ ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଔଷଧ ବିତରକମାନେ ଘର ଘର ବୁଲି ବୟସ ଅନୁପାତରେ ଆଇଭରମେକ୍ଟିନ୍, ଡିଇସି ଓ ଆଲବେଣ୍ଡାଜୋଲ ବଟିକା ଖାଇବାକୁ ଦେବେ । ଏଠାରେ ଉଲ୍ଳେଖ୍ୟଯୋଗ୍ୟ ଯେ, ଜିଲ୍ଲା ରେ ୨୧୪୮ ଔଷଧ ବିତରକ ନିୟୋଜିତ ହୋଇ ମୋଟ ୫୦୪୭୫୪ ଜଣ ହିତାଧିକାରୀଙ୍କୁ ନିଜ ତତ୍ୱାବଧାନ ରେ ଖୁଆଇବେ | ହିତାଧିକାରୀ ମାନେ ଏହି ଔଷଧ କୁ ଖାଦ୍ୟ ଖାଇବା ପରେ ଔଷଧ ବିତରକମାନଙ୍କ ସମ୍ମୁଖରେ ସେବନ କରିବା ଆବଶ୍ୟକ । ପ୍ରଥମେ ଆଇଭରମେକ୍ଟିନ୍, ଡିଇସି ବଟିକା ଖାଇବା ପରେ ଆଲବେଣ୍ଡାଜୋଲ ବଟିକା ଚୋବେଇ ଚୋବେଇ ଖାଇବାକୁ ଦିଆଯାଇଥାଏ | ଏହି ଔଷଧ ସେବନ କରିବା ଦ୍ୱାରା ହିତାଧିକାରୀ ମାନେ ଗୋଦର ଗୋଡ ଓ ହାଇଡ୍ରୋସିଲ ଭଳି ରୋଗ ତଥା ରକ୍ତହୀନତା ରୁ ନିଜକୁ ରକ୍ଷା କରିପାରିବେ । ସେହିପରି ଭାବେ ଜାତୀୟ କୃମି ନାଶକ ଦିବସ କାର୍ଯ୍ୟକ୍ରମ ଅଧୀନରେ ୧ ରୁ ୧୯ ବର୍ଷ ବୟସର ସମସ୍ତ ଶିଶୁ ଓ କିଶୋର କିଶୋରୀ ତଥା ୨୦ ରୁ ୨୪ ବର୍ଷ ବୟସର ପ୍ରଜନନକ୍ଷମ ମହିଳାଙ୍କୁ କୃମି ସଂକ୍ରମଣର ମୁକ୍ତ କରିବା ପାଇଁ ଏକ ନିର୍ଦ୍ଧିଷ୍ଟ ଦିବସ ଧାର୍ଯ୍ୟ କରାଯାଇ ଔଷଧ ଦିଆଯାଇଥାଏ ଏବଂ ପ୍ରତିବର୍ଷ ଫେବୃଆରୀ ଏବଂ ଅଗଷ୍ଟ ମାସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହି ଦିନ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ କୃମି ନାଶକ ଦିବସର ଏକ କାର୍ଯ୍ୟକ୍ରମ କରାଯାଇ ସମସ୍ତ ପିଲାମାନଙ୍କୁ କୃମିନାଶକ ଔଷଧ ପ୍ରଦାନ କରାଯାଇଥାଏ । ଅନୁପସ୍ଥିତ କିମ୍ବା ଅସୁସ୍ଥତା ହେତୁ ଯଦି ଏହି ଦିବସରେ କୌଣସି ଶିଶୁ କୃମିନାଶକ ଔଷଧ ନେବାରୁ ବର୍ତ୍ତିଯାଇଥିଲେ, ମପ-ଅପ ଦିବସରରେ କୃମିନାଶକ ଔଷଧ ପ୍ରଦାନ କରାଯାଏ ।ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ୨୯୭୭୮୫ ଜଣ ହିତାଧିକାରୀଙ୍କୁ ଔଷଧ ପ୍ରଦାନ କରାଯିବାର ଲକ୍ଷ ଧାର୍ଯ୍ୟ କରାଯାଇଛି | ବିଦ୍ୟାଳୟ ଏବଂ ଅଙ୍ଗନୱାଡିଭିତ୍ତିକ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ନିରାପଦ, ବ୍ୟୟବହୁଳ ଏବଂ ଏହା ଦ୍ୱାରା ଏହି ସେବା ପ୍ରତି ପିଲାଙ୍କ ନିକଟରେ ପହଞ୍ଚôପାରେ । ଏହି କାର୍ଯ୍ୟକ୍ରମ ଦ୍ୱାରା ବିଦ୍ୟାଳୟରେ ଅନୁପସ୍ଥିତି ହ୍ରାସ ହେବା ସହିତ ଏହା ପିଲାମାନଙ୍କୁ ଏକ ସୁସ୍ଥ, ପୁଷ୍ଟିକର ପରିବେଶ ପ୍ରଦାନ କରିବାରେ ସହାୟକ ହେଉଛି । ପିଲାମାନଙ୍କୁ କୃମି ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ଆଲବେଣ୍ଟାଜୋଲ ବଟିକା ବେଶ ଲାଭଦାୟକ ହେଉଛି ଏବଂ ଏହା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବେଶ୍ ପ୍ରଭାବଶାଳୀ । ଜାତୀୟ କୃମିନାଶକ ଦିବସ ପ୍ରସ୍ତୁତି ପାଇଁ ଶିକ୍ଷକ ଏବଂ ଅଙ୍ଗନୱାଡି କର୍ମୀଙ୍କୁ ସେମାନଙ୍କର ଦାୟିତ୍ୱ ଏବଂ ବଟିକା ଖାଇବାର ପଦ୍ଧତି ତଥା ଏହି କାର୍ଯ୍ୟକ୍ରମର ଉତ୍ତମ ପରିଚାଳନା ପାଇଁ ତାଲିମ ଦିଆଯିବା ସହିତ ଏହାର ସଚେତନତା ସୃଷ୍ଟି କରିବା ପାଇଁ କୁହାଯାଇଥାଏ । ଏହି ସ୍ୱାସ୍ଥ୍ୟ ସେବା ନିମନ୍ତେ ଧାର୍ଯ୍ୟ କରାଯାଇଥିବା ଏକ ନିର୍ଦ୍ଦିଷ୍ଟ ଦିବସରେ ପିଲାମାନଙ୍କୁ କୃମିନାଶକ ବଟିକା ଦେବା ନିମନ୍ତେ ଏକତ୍ରିତ କରିବା ପାଇଁ ସୁନିଶ୍ଚିତ କରିବା ପାଇଁ ମଧ୍ୟ କୁହାଯାଇଥାଏ ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ