ଜିଲ୍ଲା ଉଦ୍ୟୋଗ ପରାମର୍ଶ କମିଟି ବୈଠକରେ ଜିଲ୍ଲାପାଳଙ୍କ ଦ୍ବାରା ସଫଳ ଉଦ୍ୟୋଗୀ ବଦନ ମେହେର ସମ୍ମାନୀତ

Dec 5, 2024 - 19:32
 0  20
ଜିଲ୍ଲା ଉଦ୍ୟୋଗ ପରାମର୍ଶ କମିଟି ବୈଠକରେ ଜିଲ୍ଲାପାଳଙ୍କ ଦ୍ବାରା ସଫଳ ଉଦ୍ୟୋଗୀ ବଦନ ମେହେର ସମ୍ମାନୀତ

ନୂଆପଡ଼ା, ତା 04.12.24 ଜିଲ୍ଲାପାଳ ନୂଆପଡାଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଉଦ୍ୟୋଗ ପରାମର୍ଶ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାରେ ଋଣ ପ୍ରଦାନର ସମୀକ୍ଷା ସହିତ ସୁଭଦ୍ରା ଯୋଜନା ,ପିଏମ ଜନମନ ଯୋଜନା , ଆର୍ଥିକ ଅନ୍ତର୍ଭୁକ୍ତ କରଣ ଆଦି ବିଷୟରେ ବିଷଦ ଭାବରେ ଆଲୋଚନା ହୋଇଥିଲା । ଏତଦ ବ୍ୟତୀତ ପ୍ରବାସୀ ଶ୍ରମିକ ରୋକିବା ପାଇଁ ବ୍ୟାଙ୍କ ଏବଂ ସମସ୍ତ ବିଭାଗର ସକ୍ରିୟ ପଦକ୍ଷେପ ଉପରେ ଚର୍ଚା ହେବା ସହିତ ଏ ସବୁ ଯୋଜନାର କାର୍ଯପନ୍ଥାର ନିଷ୍ପତି ନିଆଗଲା । ବୈଠକର ପ୍ରାରମ୍ଭରେ ଖରିଆର ବ୍ଲକ ଦୁଆଝର ଗ୍ରାମର ସଫଳ ଉଦ୍ୟୋଗୀ ଶ୍ରୀ ବଦନ ମେହେର ଓ ତାଙ୍କ ପରିବାରକୁ ପୋଷାକ ତିଆରି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଜିଲ୍ଲାପାଳ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ । ଏଠାରେ ସୂଚନଯୋଗ୍ୟଯେ ଶ୍ରୀ ମେହେର ବିଗତ ୧୨ ବର୍ଷ ତଳେ ବ୍ୟାଙ୍କ ଅଫ ଇଣ୍ଡିଆ ଖଡିଆଳ ଶାଖାରୁ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯକ୍ରମ ଜରିଆରେ ୧୦ ଲକ୍ଷ ଟଙ୍କା ଋଣ ନେଇ ଏକ ପୋଷାକ ତିଆରି ଉଦ୍ୟୋଗ ଆରମ୍ଭ କରିଥିଲେ । ତାଙ୍କର ନିରନ୍ତର ଉଦ୍ୟମ ଓ ସଫଳ ରିଚାଳନା ବଳରେ ସେ ଏବେ ବାର୍ଷିକ କୋଟି କୋଟି ଟଙ୍କାର ପୋଷାକ ତିଆରି କାରବାର କରୁଛନ୍ତି l ଏଥିପାଇଁ ସେ ଉନ୍ନତ ମାନର ସିଲାଇ ଯନ୍ତ୍ରପାତି ସ୍ଥାପନ କରିଛନ୍ତି l ସେଥିରେ ଏଇ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ଵ ବେରୋଜଗାର ଯୁବକ ଯୁବତୀଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେଇ ସେମାନଙ୍କ ପରିବାରର ଆର୍ଥିକ ସ୍ଥିତିକୁ ମଜବୁତ କରିପାରିଛନ୍ତି । ଜିଲ୍ଲାପାଳ ଶ୍ରୀ ମେହେର ଙ୍କ ଉଦ୍ୟମ କୁ ପ୍ରଶଂସା କରିବା ସହିତ ସେ ଏଇ ଜିଲ୍ଲାର ଯୁବକ ଯୁବତୀ ମାନଙ୍କ ପ୍ରେରଣା ର ଉତ୍ସ ହୋଇ ରହିବେ ବୋଲି କହିଥିଲେ l ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଆରବି ଆଇ ପ୍ରତିନିଧି ,ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ର ଆଞ୍ଚଳିକ ପରିଚାଳକ , ବଲାଙ୍ଗୀର କେନ୍ଦ୍ରୀୟ ସହଯୋଗ ବ୍ୟାଙ୍କର ମୁଖ୍ୟ ଉନ୍ନୟନ ଅଧିକାରୀ , ଅଗ୍ରଣୀ ବ୍ୟାଙ୍କ ପରିଚାଳକ ଶ୍ରୀ ସୀତାରାମ ମେହେର, ଜିଲ୍ଲା ଶିଳ୍ପ କେନ୍ଦ୍ରପରିଚାଳକ ସମିର ମୁଦୁଲି, ଜିଲ୍ଲାର ସମସ୍ତ ବିଭାଗୀୟ ମୁଖ୍ୟ ଏବଂ ସମସ୍ତ ବ୍ୟାଙ୍କ ମୁଖ୍ୟ ଆଦି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ