ଜିଲ୍ଲାସ୍ତରୀୟ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ" କାର୍ଯ୍ୟକ୍ରମ

Sep 18, 2025 - 05:15
 0  19
ଜିଲ୍ଲାସ୍ତରୀୟ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ" କାର୍ଯ୍ୟକ୍ରମ

ମାଲକାନଗିରି, ୧୭/୯/୨୫: ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାଲିମେଳା ଆନୁକୂଲ୍ୟରେ ,"ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ" ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ସଞ୍ଜୟ ସରକାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ତତ୍ ସହିତ ବିଧାୟକ ମାଲକାନଗିରି ଙ୍କ ପ୍ରତିନିଧି ହରବିଲାସ ମଣ୍ଡଳ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ସହିତ ମାଲକାନଗିରି ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ପରିବାର କଲ୍ୟାଣ ବିଭାଗ ଅଧିକାରୀ ଡାକ୍ତର ନିହାର ରଞ୍ଜନ ପ୍ରହରାଜ, ଜିଲ୍ଲା କାର୍ଯ୍ୟପ୍ରକଳ୍ପ ଅଧିକାରିଣୀ ମୌସୁମୀ ମିଶ୍ର, ଟୀକାକରଣ ଡାଟା ସହାୟକ ଶିବପ୍ରସାଦ ପ୍ରହରାଜ ଯୋଗଦେଇଥିଲେ ।

ରାଜ୍ୟ ସ୍ତର ରୁ ଆସିଥିବା ମନିଟରିଂ ଟିମ ସରୋଜ ପାଣିଗ୍ରାହୀ, ଆର ଏମ ଏନ ସି ଏଚ କଂସଲଟାଣ୍ଟ ଓ ଗୋଷ୍ଠୀ କାର୍ଯ୍ୟକ୍ରମ କନସଲଟାଣ୍ଟ ମହମଦ ରଫି ମଧ୍ୟ ଯୋଗଦେଇଥିଲେ । ଜିଲ୍ଲାରୁ ଆସିଥିବା ଡାକ୍ତରୀ ବିଶେଷଜ୍ଞ ଯଥା ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରଫୁଲ୍ଲ କୁମାର ବେହେରା, ଡାକ୍ତର ନିହାର ରଞ୍ଜନ ପ୍ରହରାଜ, ଚର୍ମ ବିଶେଷଜ୍ଞ, ଡାକ୍ତର ସନ୍ତୋଷ ମିଶ୍ର, ଶିଶୁ ବିଶେଷଜ୍ଞ, ଡାକ୍ତର ଅଶୋକ କୁମାର ଖମାରି, ଚକ୍ଷୁ ବିଶେଷଜ୍ଞ, ଡାକ୍ତର ଏମ ଏମ ଅବିଦ ହୁସେନ, ମାନସିକ ରୋଗ ବିଶେଷଜ୍ଞ, ଡାକ୍ତର ନୀରଞ୍ଜନ ବେହେରା ନାସା ଗଳା ଓ କର୍ଣ୍ଣ ବିଶେଷଜ୍ଞ ଙ୍କ ସହିତ କାଲିମେଳା ର ଡାକ୍ତର ଦୀନବନ୍ଧୁ ମହାନନ୍ଦ, ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ରୋଗୀମାନଙ୍କୁ ଚିକିତ୍ସା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ୧୫୮ ଜଣ ମହିଳା ରୋଗୀ ନାମ ଲେଖାଇ ବିଭିନ୍ନ ପ୍ରକାର ର ରକ୍ତ ପରୀକ୍ଷା କରି ଚିକିତ୍ସିତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ର ସୁପରଭାଇଜର, ଅଙ୍ଗନବାଡି କର୍ମୀ ଓ ଶିକ୍ଷା ବିଭାଗର ଶିକ୍ଷୟତ୍ରୀ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ଆଶାକର୍ମୀ, ନର୍ସିଂ ଅଫିସର ଓ ଅନ୍ୟ ମହିଳା ଅଧିକାରୀ ମାନେ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଆୟୁଷ୍ମମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ୪୬ ଜଣ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା । ମାଗଣା ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା ଓ ଏଥିରେ ୨୨ ଟି ରକ୍ତ ୟୁନିଟ ସଂଗ୍ରହ କରାଯାଇଥିଲା । ଏକ୍ ପେଡ୍ ମାଆ କେ ନାମ୍ କାର୍ଯ୍ୟକ୍ରମ ଅନୁଯାଇ ୨୫ ଟି ବୃକ୍ଷ ଚାରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାଲିମେଳା ପରିସର ରେ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବହୁସଂଖ୍ୟାରେ କାଲିମେଳା ର ନିବାସୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି , ମଧ୍ୟପ୍ରଦେଶ ର ଇନ୍ଦୋର ସହରରେ ଉଦ୍ଘାଟନ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ