ଜିଲ୍ଲାସ୍ତରୀୟ ଏକ୍ ପେଡ୍ ମା କେ ନାମ୍ ୨.୦’ ଅଭିଯାନ କାର୍ଯ୍ୟକ୍ରମ:ଜିଲ୍ଲାରେ ଲାଗିବ ୨ ଲକ୍ଷ ରୁ ଉର୍ଦ୍ଧ୍ବ ଚାରା

Sep 17, 2025 - 17:00
 0  33
ଜିଲ୍ଲାସ୍ତରୀୟ ଏକ୍ ପେଡ୍ ମା କେ ନାମ୍ ୨.୦’ ଅଭିଯାନ କାର୍ଯ୍ୟକ୍ରମ:ଜିଲ୍ଲାରେ ଲାଗିବ ୨ ଲକ୍ଷ ରୁ ଉର୍ଦ୍ଧ୍ବ ଚାରା

ମାଲକାନଗିରି, ୧୭/୯/୨୫: ଆମ ପରିବେଶର ସୁରକ୍ଷା ପାଇଁ ଗଛ ନିହାତି ଜରୁରୀ। ଏହାକୁ ଦୃଷ୍ଟିରେ ରଖି ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନରେ ସେପ୍ଟେମ୍ବର ୧୭ ରେ ସାରା ରାଜ୍ୟରେ ୭୫ ଲକ୍ଷ ଚାରାରୋପଣ କରାଯାଇଛି। ସେହିଭଳି ମାଲକାନଗିରି ଜିଲ୍ଲାରେ ୨ ଲକ୍ଷ ୧୬ ହଜାର ରୁ ଉର୍ଦ୍ଧ୍ବ ଚାରା ରୋପଣ ପାଇଁ ଲକ୍ଷ୍ୟ ରଖା ଯାଇଛି ବୋଲି ଏମ୍ ଭି -୭ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ 'ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାରେ ୧ ଲକ୍ଷ ୪୦ ହଜାର ଚାରା ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଜିଲ୍ଲାରେ ସବୁଠାରୁ ଅଧିକ ଅର୍ଥାତ୍ ୭୦୦ ରୁ ଉର୍ଦ୍ଧ୍ବ ଚାରା ରୋପଣ ସ୍ଥାନ ଚୟନ କରାଯାଇଛି । ଭୋର ୫ ଟାରୁ ଜିଲ୍ଲାର ସମସ୍ତ ବ୍ଲକ୍ ତଥା ପଞ୍ଚାୟତ ସ୍ତରରେ ପ୍ରଶାସନିକ କର୍ମଚାରୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନ, ଛାତ୍ରଛାତ୍ରୀ, ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଓ ଜନ ସାଧାରଣ ଙ୍କ ସହଯୋଗରେ ଏହି ଅଭିଯାନ କୁ ବ୍ୟାପକ କରାଯାଇଛି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ବଜାରରେ ସଜନା ଛୁଇଁ ର ଚାହିଦା ଅଧିକ ରହିଛି। ତେଣୁ ଜିଲ୍ଲାର ଚାଷୀଙ୍କ ଅର୍ଥନୀତି ସୁଦୃଢ଼ କରିବାର ଲକ୍ଷ୍ୟ ରଖାଯାଇ ସଜନା ଛୁଇଁ କ୍ଲୋଷ୍ଟର କରାଯାଉଛି । ଆଜିର ଏହି ଅଭିଯାନ ଦ୍ୱାରା ସବୁଜ ସୁନ୍ଦର ମାଲକାନଗିରି ହେବା ସହ ପ୍ରତ୍ୟେକ ଗ୍ରାମ କୁ ଭଲ ବୃକ୍ଷ ମଧ୍ଯ ମିଳି ପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ମାଲକାନଗିରି ବିଧାୟକ ନରସିଂହ ମାଡକାମୀ କହିଛନ୍ତି ଯେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୫ ତମ ଜନ୍ମଦିବସ ସାରା ଭାରତରେ ପାଳିତ ହେଉଛି। ଏହି ଅବସରରେ ଆଜି ଗୋଟିଏ ଦିନରେ "ଏକ ପେଡ୍ ମା' କେ ନାମ ୨.୦" ଅଭିଯାନ ମାଧ୍ୟମରେ ସାରା ଓଡ଼ିଶାରେ ୭୫ ଲକ୍ଷ ଚାରା ରୋପଣ କରାଯାଉଛି । ଜଙ୍ଗଲ ବିଭାଗ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଏଥିରେ ପ୍ରମୁଖ ଦାୟିତ୍ୱ ରହିଥିଲେ ମଧ୍ୟ ଏହି ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବା ପାଇଁ ଏହି ଅଭିଯାନରେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ଶ୍ରୀ ମାଡକାମୀ ମତବ୍ୟକ୍ତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କେବଳ ଗଛ ଲଗାଇଦେଲେ ହେବ ନାହିଁ, ଏହି ଗଛକୁ କିଭଳି ଉତ୍ତମ ଭବିଷ୍ୟତ ମିଳିବ ତା’ର ମଧ୍ୟ ଦାୟିତ୍ୱ ନେବା ଆବଶ୍ୟକ ଓ ବୃକ୍ଷ ରୋପଣ ପରେ ଏହାର ରକ୍ଷଣାବେକ୍ଷଣ ଓ ଯତ୍ନ ପାଇଁ ପ୍ରତ୍ୟେକ ସରକାରୀ କର୍ମଚାରୀ ଏବଂ ଜନସାଧାରଣ ଦାୟିତ୍ୱବାନ ହେବା ଆବଶ୍ୟକ। ସେହିପରି ପଥପାର୍ଶ୍ଵରେ ଅଧିକ ଛାଇ ପ୍ରଦାନ କରୁଥିବା ଚାରା ରୋପଣ ଏବଂ ବ୍ୟକ୍ତିଗତ ବୃକ୍ଷ ରୋପଣ ପାଇଁ ନିମ୍ବ, କରଞ୍ଜ, ତେନ୍ତୁଳି, ଫାସୀ, ଅର୍ଜୁନ, ହରିଡା, ବାହାଡା, ପଣସ, ତାଳ, ପିଜୁଳୀ, କୃଷ୍ଣଚୁଡା, ପିପଳ, ବର, ଅଶୋକ, ଜାମୁ, କଦମ୍ବ, ଅଁଳା, ଦେବଦାରୁ, ସୁନାରୀ, କରଞ୍ଜ, ଚାକୁଣ୍ଡା ଇତ୍ୟାଦି ଗଛ ଚୟନ କରାଯାଇଛି ବୋଲି ବନଖଣ୍ଡ ଅଧିକାରୀ ସାଇ କିରଣ କହିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ବରିଷ୍ଠ ବିଏସଏଫ୍ ଅଧିକାରୀ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର ଉପସ୍ଥିତ ଥିଲେ। ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ଶ୍ରମ ବିଭାଗ ପକ୍ଷରୁ ଶ୍ରମିକ ମାନଙ୍କୁ ଅତିଥି ମାନେ ଚାରା ପ୍ରଦାନ କରିଥିଲେ। ଏସିଏଫ୍ ପ୍ରିୟଙ୍କା ମହୁକା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥି ଅଭିଯାନକୁ ବ୍ୟାପକ କରିବା ପାଇଁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ଏକ କଣ୍ଟ୍ରୋଲ ରୁମ୍ କରାଯାଇଛି ଏବଂ ସମଗ୍ର ଜିଲ୍ଲାରେ ଲଗା ଯାଇଥିବା ଚାରା ରୋପଣ ତଥ୍ଯ ମେରି ଲାଇଫ୍ ପୋର୍ଟାଲ୍ ରେ ଅପଲୋଡ୍ କରାଯାଉଛି । ଏହି ଅଭିଯାନର ସଫଳତା ନିମନ୍ତେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଙ୍କୁ ଗ୍ରାମ ପଞ୍ଚାୟତ ଅନୁଯାୟୀ ଦାୟିତ୍ଵ ବଣ୍ଟନ କରାଯାଇଥିଲା । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ଜଙ୍ଗଲ ବିଭାଗର ସମସ୍ତ କର୍ମଚାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ