।। ଜିଲ୍ଲାସ୍ତରୀୟ ଆଦିବାସୀ ମେଲି ଅନୁଷ୍ଠିତ ।।

May 30, 2023 - 19:35
 0  29
।। ଜିଲ୍ଲାସ୍ତରୀୟ ଆଦିବାସୀ ମେଲି ଅନୁଷ୍ଠିତ ।।

ନୁଆପଡ଼ା ଜିଲ୍ଲା କୋମନା ବ୍ଳକ୍ ଅନ୍ତର୍ଗତ ସମରସିଂ ପଞ୍ଚାୟତ ଭୁର୍କାଡୋଡ଼ା କେଳୁ ବାବା ମଠରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଆଦିବାସୀ ମେଲି ଅନୁଷ୍ଠିତ ହୋଇଯାଇଛି।କୋମନା ବ୍ଳକ୍ ସଭାପତି ଜ୍ଞାନେଶ୍ଵର ମାଝୀ ଙ୍କ ସଭାପତିତ୍ଵରେ ଆଦିବାସୀ କଲ୍ୟାଣ ସଂପାଦକ ବାଳକୃଷ୍ଣ ଶବର ମୂଖ୍ୟ ଅତିଥି, ମୂଖ୍ୟବକ୍ତା ଭାବେ ଉପଦେଷ୍ଟା ହୋମ ସିଂ ମାଝୀ ଯୋଗଦାନ କରିଥିଲେ। ଉପସଭାପତୀ କମ ଦେଶ ଠାକୁର, ଖଡ଼ିଆଳ ବ୍ଳକ ସଭାପତି କାର୍ତ୍ତିକେଶ୍ଵର ମଲ୍ଲିକ, ନୂଆପଡ଼ା ବ୍ଳକ ସଭାପତୀ ଭକ୍ତ ବନ୍ଧୁ ଧରୁଆ, ସମିତି ସଭ୍ୟା ଖିରମତିଧରୁଆ, ସମରସିଂ ସର୍କଲ ଗୋଣ ସମାଜସଭାପତି ଯୋଗ ମାଝି, ପୁର୍ବତନ ସରପଞ୍ଚ ଡିଙ୍ଗର ଶବର, ଜଗନ୍ନାଥ ଶବର, ଅର୍ଜୁନମାଝି, ସୁବୁଦ୍ଧି ଶବର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।ମଠର ଆରାଧ୍ୟ ଦେବତା ମା ଜ୍ବାଲା ମୁଖିଙ୍କୁ ପୂଜା ଅର୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ଓ ଆଦିବାସୀମାନଙ୍କ ବିକାଶ କେମିତି ହେବ ତାର ଉପରେ ଆଲୋକପାତ କରାଯାଇଥିଲା। ଆଦିବାସୀମାନେ ସରକାରି ସୁବିଧାରୁ କିପରି ବଞ୍ଚିତ ନହେବେ ତାର ଉପରେ ବିଶେଷ ଆଲୋଚନା କରାଯାଇଥିଲା।

ନୂଆପଡା ରୁ ବିରବଲ ପ୍ରଧାନ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ