ଜିଲ୍ଲାପାଳଙ୍କ ଦ୍ୱାରା ୪୯ ଟି ଅଭିଯୋଗ ଶୁଣାଣୀ

Feb 4, 2025 - 18:37
 0  5
ଜିଲ୍ଲାପାଳଙ୍କ ଦ୍ୱାରା ୪୯ ଟି ଅଭିଯୋଗ ଶୁଣାଣୀ

କନ୍ଧମାଳ :(ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲାପାଳ ଅମ୍ରିତ ଋତୁରାଜ ଅଭିଯୋଗ ଶୁଣାଣି କରିଛନ୍ତି । ଏଥିରେ ଉପଜିଲ୍ଲାପାଳ ଡା.ରୀନା ପ୍ରଧାନ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ଓ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ସନ୍ତୋଷ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥୂଲେ । ଏହି କାର୍ଯ୍ୟକ୍ରମରେ ୪୯ଟି ଅଭିଯୋଗ ଶୁଣିଛନ୍ତି l ସେଥି ମଧ୍ୟରୁ ୩୪ଟି ବ୍ୟକ୍ତିଗତ ଥିବା ବେଳେ ୧୫ ଟି ସାମୂହିକ ଥିବା ଜଣାପଡିଛି । ଏଥିରେ ବିଭାଗ ଦ୍ବାରା ହୋଇଥିବା ସିର୍ତିଗୁଡା ବିଦ୍ୟୁତ ଗ୍ରୀଡକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ବୁଡ଼ୁକିଆ ଆଶ୍ରମ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଯୋଗାଇବା, ଦାସୁଙ୍ଗିଆକୁ ରାଜସ୍ବଗ୍ରାମର ମାନ୍ୟତା, ରାସ୍ତାଘାଟ, ପାଣି ସମସ୍ୟା ଆଦି ଅନେକ ଅଭିଯୋଗ ହୋଇଛି । ଏହି ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଓ ଉପଖଣ୍ଡ ସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର, ଓ ପ୍ରମୁଖ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ