ଜାଲାଙ୍ଗିଆ ଉପର ସାହିରେ ପାନୀୟ ଜଳର ସଙ୍କଟ ନୂତନ ନଳକୂପ ଖଳିବା ପାଇଁ ଦାବି
ଟିକାବାଲି ୧୧/୬/୦୨୬(ସଲମନ୍ ବିନ୍ଧାଣୀ) ନିଆଁ ଗରମ ତାତିରେ ତାତୁଛି ସାରା ଜିଲ୍ଲା ବିଭିନ୍ନ ସ୍ଥାନରେ ପାନୀୟ ଜଳର ଅଭାବ ଦେଖାଦେଲା ଚୁଆଁ କୂଅ ର ପାଣି ଶୁଖିଲା ଲୋକେ ପାଣି ବୁନ୍ଦାଏ ପାଈଁ ଡହଳ ବିକଳ ହେଉଛନ୍ତି ଏପଟେ ପାନୀୟ ଜଳର ବ୍ୟବସ୍ଥା କରି ପାରୁନାହାନ୍ତି ପ୍ରଶାସନ ଏପରି ଅଭାବନ୍ୟ ଚିତ୍ର ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଗୁଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଜାଲାଙ୍ଗିଆ ଉପର ସାହିରେ ଦେଖିବାକୁ ମିଳିଛି ପାନୀୟ ଜଳର ଉତ୍କଟ ସମସ୍ୟା। ଉକ୍ତ ଗୋଟିଏ ଚାରି ପରିବାର ଉପର ସାହି ରେ ଦୀର୍ଘ ବର୍ଷ ଧରି ଚାରି ପରିବାର ବସବାସ କରନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ଙ୍କ ପକ୍ଷରୁ କୌଣସି ପ୍ରକାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରା ଯାଇନଥିବା ଅଭିଯୋଗ କରିଛନ୍ତି ଜାଲାଙ୍ଗିଆ ଗ୍ରାମବାସୀ। ହେଲେ ଏଠି କିଛି ପ୍ରଶ୍ନବାଚି ସୃଷ୍ଟି ହେଉଛି ସରକାର ପରେ ସରକାର ବଦଳଉଛି ହେଲେ ସରକାର ଯୋଜନା ସଠିକ୍ ସ୍ଥାନରେ ପହଞ୍ଚିବାର ଅସୁବିଧା ରହୁଛି କୋଉଠି ନା ଜାଣି ଶୁଣି ପ୍ରଶାସନ ନିରବ ଦୃଷ୍ଟା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଯାହା ଫଳରେ ଲୋକେ ଆଜି ବି ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଦୂଷିତ ଚୂଆ ନାଳ ପାଣି ଉପରେ ନିର୍ଭର କରୁଛନ୍ତି ।ସେହି ପାଣିକୁ ବ୍ଯବହାର କରି ଅନେକ ଶିଶୁ ଓ ବୟସ୍କ ଲୋକ ରୋଗାଗ୍ରସ୍ତ ହେବା ସହ ଅମୂଲ୍ଯ ଜୀବନ ହରାଉଛନ୍ତି।ହେଲେ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତ୍ୟେକ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରୟାସ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ସମସ୍ୟା ଘେରରେ ଜାଲାଙ୍ଗିଆ ଉପର ସାହିର ଜନସାଧାରଣ। ଲୋକେ ନିଜର ଜୀବନ ବଞ୍ଚାଇବା ପାଇଁ ବର୍ଷ ବର୍ଷ ଧରି ବାଧ୍ଯ ହୋଇ ଦୂଷିତ ଚୂଆ ନାଳ ପାଣି ବ୍ୟବହାର କରି ଆସୁଛନ୍ତି।ଏହି ସମସ୍ୟାର ସମାଧାନ କରିବା ନିମନ୍ତେ ଏହି ଗାଁର ଲୋକେ ଅଭିଯୋଗ କରି ଆସୁଛନ୍ତି ରେଖା ପ୍ରଧାନ ବିନୋଦ ଦିଗାଲ ରଞ୍ଜିତ ଦିଗାଲ, ଭୀମସେନ ଦିଗାଲ ପିଣ୍ଟୁ ଦିଗାଲ ଏହି ସାହିରେ ନୂତନ ନଳକୂପ ଖନନ ନିମନ୍ତେ ଦାବି କରିଛନ୍ତି। ଯଦି ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଜାଲାଙ୍ଗିଆ ଗ୍ରାମବାସୀ ଅଭିଯୋଗ କରିଛନ୍ତି
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0