ଜର୍ଜିଆଡି କ୍ଲବ୍ ସେଭେନ୍ସ କପ୍ ଜିତିଲା ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀ

Sep 9, 2025 - 05:51
 0  8
ଜର୍ଜିଆଡି କ୍ଲବ୍ ସେଭେନ୍ସ କପ୍ ଜିତିଲା ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀ

ବାରିପଦା - ତା :- ୦୮/୦୯/୨୦୨୫ ରିଖ - ଚଳିତ ମାସ ୬ ଓ ୭ ତାରିଖ କୋଲକାତା ଠାରେ କୋଲକାତା କ୍ରିକେଟ ଓ ଫୁଟବଲ କ୍ଳବ ଓ ବେଙ୍ଗଲ ରଗବୀ ସଂଘର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିବା ଜର୍ଜିଆଡି କ୍ଲବ୍ ସେଭେନ୍ସ କପ୍ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଳାର ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ମହିଳା ଦଳ ଚମ୍ପିୟାନ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ବହୁ ପୁରାତନ ଜର୍ଜିଆଡି କ୍ଲବ୍ ସେଭେନ୍ସ କପ୍ ପ୍ରତିଯୋଗିତାରେ ପ୍ରଥମ ଥର ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀ ଅଂଶଗ୍ରହଣ କରିଥିଲା । ପ୍ରଥମ ମ୍ୟାଚରୁ ଅପରାଜୟ ରହି ସେମି ଫାଇନାଲରେ ଆୟୋଜକ କଲିକତା କ୍ରିକେଟ ଓ ଫୁଟବଲ କ୍ଲବ୍ କୁ ୧୯-୦୦ ରେ ପରାଜିତ କରି ଫାଇନାଲରେ ପ୍ରବେଶ କରିଥିବା ବେଳେ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍ ରେ ସିଲିଗୁଡ଼ିର ସରସ୍ଵତୀପୁରକୁ ୨୪-୧୨ ସ୍କୋରରେ ପରାଜିତ କରି ପ୍ରଥମ ଥର ପାଇଁ ଚମ୍ପିୟାନ ହୋଇଛନ୍ତି ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ ଜଣାଇଛନ୍ତି I ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀର ଏହି ସଫଳତା ପାଇଁ ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ବାରିପଦା ପୌର ପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଜିଲ୍ଲା ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଜିଲ୍ଲା କ୍ରୀଡ଼ା ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁବାଶିଷ ନାୟକ, ଡିଭାଇନ୍ ଅନୁଷ୍ଠାନର ନିର୍ଦ୍ଦେଶକ ବିପ୍ଳବ ଭଞ୍ଜନ ଭୁଗୁଡେଇ, ଏକାଡେମୀର ନିର୍ଦ୍ଦେଶକ ଅମର କୁମାର ସେଠୀ, ଉପଦେଷ୍ଟା ସୋମନାଥ ସିଂହ ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ