।। ଜଣେ ସମାଜସେବୀଙ୍କୁ କୁରାଡ଼ିରେ ପିଟି ନିର୍ମମ ଭାବେ ହତ୍ୟା କଲା , ହତ୍ୟା କାରି ଗିରଫ ।।

Jul 3, 2024 - 21:50
 0  8
।। ଜଣେ ସମାଜସେବୀଙ୍କୁ କୁରାଡ଼ିରେ ପିଟି ନିର୍ମମ ଭାବେ ହତ୍ୟା କଲା , ହତ୍ୟା କାରି ଗିରଫ ।।

ଜଗତସିଂପୁର ଜିଲ୍ଲା, ପାରାଦୀପ ନିର୍ବାଚନମଣ୍ଡଳୀ , କୁଜଙ୍ଗ ଥାନା ଅନ୍ତର୍ଗତ କାବାଲପୁର ଗ୍ରାମରେ ଘଟିଛି ଏପରି ଏକ ଅଭାବୀହ ଘଟଣା ସମାଜ ସେବୀ ଙ୍କ।ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ।ଆସାମୀକୁ ଗିରଫ କରି ଅଧିକ ତଦନ୍ତ ଜାରୀ ରଖିଛି ପୋଲିସ୍ ଜଣେ ଯୁବକ କୁରାଡ଼ିରେ ସାହାଯ୍ୟରେ ଜଣେ ସମାଜସେବୀଙ୍କୁ ହତ୍ୟା କରିଥିବା ଜଣାପଡିଛି।ତେବେ, ସମାଜ ସେବୀ ଦୀନବନ୍ଧୁ ସାମଲ ରାସ୍ତାରେ ଚାଲି ଚାଲି ଯିବା ସମୟରେ ତପନ ମାଝୀ ଘରୁ କୁରାଡ଼ି ଆଣି ତାଙ୍କ ମୁଣ୍ଡ ପଛ ପଟକୁ ପିଟିଥିଲା।ମାତ୍ର ଘଟଣା ସ୍ଥଳରେ ଅଚେତ୍ ଅବସ୍ଥାରେ ଦିନବନ୍ଧୁ ପଡ଼ିଯାଇଥିବା ଦେଖି ପାଖ ପଡ଼ୋଶୀ ଓ ପରିବାର ଲୋକେ ତାଙ୍କୁ ତୁରନ୍ତ କୁଜଙ୍ଗ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ।ଏନେଇ ମୃତ ଦିନବନ୍ଧୁଙ୍କ ପରିବାର ପକ୍ଷରୁ ଭାଇ ଗୌରାଙ୍ଗ ସାମଲ ସ୍ଥାନୀୟ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ କୁଜଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସ ଆସାମୀ ତପନ ମାଝୀକୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରୀ ରଖିଛନ୍ତି।ଅନ୍ୟପଟେ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ତଥା ଶିଳ୍ପ,ବୈଷୟିକ ଓ ଦକ୍ଷତା ମନ୍ତ୍ରୀ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ଦୁଃଖ ପ୍ରକାଶ କରିବା ସହ ଆସାମୀ ଗିରଫ ହୋଇଛି,ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

ଜଗତସିଂହପୁର ରୁ ବ୍ୟୁରୋ ଚିପ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ