ଚିକିଟୀରେ ବ୍ଲକ ସ୍ତରୀୟ ଗୁରୁଦିବସ ସମାରୋହ ଏବଂ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ

Sep 6, 2025 - 10:21
 0  6
ଚିକିଟୀରେ ବ୍ଲକ ସ୍ତରୀୟ ଗୁରୁଦିବସ ସମାରୋହ ଏବଂ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକର ଚିକିଟୀ ପେଣ୍ଠ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପରେ, ନୂତନ ପେନସନ ଯୋଜନା ଭୁକ୍ତ ଚିକିଟୀ ପ୍ରାଥମିକ ଶିକ୍ଷକ ସଙ୍ଘ ଆନୁକୂଲ୍ୟରେ, ଚିକିଟୀ ବ୍ଲକ ସ୍ତରୀୟ ଗୁରୁଦିବସ ସମାରୋହ ଅତ୍ୟନ୍ତ ଆନନ୍ଦର ସହକାରେ ପାଳନ କରାଯାଇଛି । ଗୁରୁ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏକ ମହତ୍ୱପୂର୍ଣ ଭୂମିକା ଗ୍ରହଣ କରିଥାନ୍ତି। ଅନ୍ଧକାର ରୂପକ ଅସତ ମାର୍ଗରୁ ନିବୃତ୍ତ କରି ଆଲୋକ ରୂପକ ସତ ମାର୍ଗର ପଥିକ ହେବା ପାଇଁ ଗୁରୁ ହିଁ ଏକ ମାତ୍ର ମାର୍ଗଦର୍ଶକ ହୋଇଥାନ୍ତି। ସମାଜ ପ୍ରତି ଶିକ୍ଷକଙ୍କ ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଅଟେ । ଏହି ଗୁରୁଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ ଚିକିଟୀ ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ଚିକିଟୀ ଶିକ୍ଷା ଅଧିକାରୀ ଶ୍ରୀ ପନ୍ନଗ ଭୂଷଣ ମାଝୀ, ସମ୍ମାନିତ ଅତିଥି ରୂପେ ଉପ -ଶିକ୍ଷା ଅଧିକାରୀ ଶ୍ରୀ ନାୟକ ସେଠୀ ଏବଂ ମେଘନାଦ ବେହେରା ଓ ସଙ୍ଘ ସଭାପତି ଶ୍ରୀ ତ୍ରିଲୋଚନ ପ୍ରଧାନ ମଞ୍ଚାସିନ ଥିଲେ । ସର୍ବ ପ୍ରଥମେ ବିଧାୟକ ଶ୍ରୀ ସାମନ୍ତରା ଦ୍ବୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ବିଧାୟକ ଶ୍ରୀ ସାମନ୍ତରା ନିଜ ବକ୍ତବ୍ୟରେ ଗୁରୁଶିଷ୍ୟ ସମ୍ପର୍କ ଭାରତୀୟ ପରମ୍ପରା ଏବଂ ସଂସ୍କୃତିର ଏକ ପବିତ୍ର ବନ୍ଧନ, ଗୁରୁ ଚୀର ପୂଜନୀୟ, ଚୀର ସମ୍ମାନନୀୟ ବୋଲି କହିଥିବା ବେଳେ ବିଇଓ ଶ୍ରୀ ମାଝୀ ନିଜ ବକ୍ତବ୍ୟରେ, ବିଦ୍ୟାର୍ଥୀ ପ୍ରତି ଓ ସମାଜ ପ୍ରତି ଗୁରୁର ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ।

କର୍ତ୍ତବ୍ୟପରାୟଣ, ନିଷ୍ଠା, ସଚୋଟତା ଓ ଆଦର୍ଶ ବଳରେ ଗୁରୁ ନିଜ କର୍ତ୍ତବ୍ୟ ନିର୍ବାହ କରିବା ଆବଶ୍ୟକ ବୋଲି କହିଥିଲେ। ଏହିପରି ଉପସ୍ଥିତ ସମସ୍ତ ମଞ୍ଚାସିନ ଅତିଥି ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ପ୍ରତି ପରିସ୍ଥିତିରେ ଶିକ୍ଷକଙ୍କ ପ୍ରତି ଅବିଚାର ଭାବେ ଟିଇଟି ବୋଝ ଲଦି ଦିଆଯାଇଥିବା ଏବଂ ଚାକିରୀ ଚାଲିଯିବାଭଳି ଭୟଙ୍କର ପରିସ୍ଥିତିକୁ ମୁକାବିଲା ସମ୍ପର୍କରେ ଉଦବେଗ ପ୍ରକାଶ ହୋଇଥିଲା । ପରିଶେଷରେ ସଦ୍ୟ ଅବସର ଗ୍ରହଣ କରିଥିବା ୧୧ଜଣ ଶିକ୍ଷକଶିକ୍ଷୟିତ୍ରୀ ଙ୍କୁ ଉପଢୌକନ, ଫୁଲ ତୋଡ଼ା ଓ ମାନପତ୍ର ପ୍ରଦାନ କରାଯାଇଥିଲା ଓ ସଦ୍ୟ ଚିକିଟୀ ବ୍ଲକରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମଟିକୁ ସଙ୍ଘ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ବ୍ରମ୍ହା ସୁଚାରୁ ରୂପେ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଶ୍ରୀ ଅରୁଣ କୁମାର ପଣ୍ଡା,ପ୍ରଦୀପ ସେଠୀ, ଜି. ବାଇଲୁଡୁ, ରାଜକିଶୋର ପଣ୍ଡା, କୁରେଶୁ ସାହୁ, ବଦ୍ରୀନାଥ ପଣ୍ଡା, ଭବାନୀ ମହାପାତ୍ର,କେ. ଜଗନ୍ନାଥ ରାଓ,ଲିଙ୍ଗରାଜ ପ୍ରଧାନ, ବି. କେଦାର ନାଥ ସୁବୁଦ୍ଧି, ଜି. ଭେଙ୍କଟ ରାବଣା, ଅକ୍ଷୟ ସାହୁ, ଏ. ନରସିଂହ ଆଦି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ପୂର୍ଣ ସହଯୋଗ କରିଥିଲେ। ଗଞ୍ଜାମ ସ୍ଵତନ୍ତ୍ର ପ୍ରତିନିଧି ନୀଳାଦ୍ରି ବିହାରୀ ନାୟକ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ