ଗ୍ରାମସଭା ଅନୁମତି ବିନା ଗଛରୋପଣ ଅଭିଯୋଗ, ଫରେଷ୍ଟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Aug 24, 2026 - 19:47
 0  4
ଗ୍ରାମସଭା ଅନୁମତି ବିନା ଗଛରୋପଣ ଅଭିଯୋଗ, ଫରେଷ୍ଟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଦାରିଙ୍ଗବାଡ଼ି : ୨୪/୮/୦୨୬(ସଲମନ୍ ବିନ୍ଧାଣୀ)କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ଗ୍ରାମପଞ୍ଚାୟତର ତିଆରିଗାଁ, କୁତୃକା, ତଳକୁତୃକା, ପଦ୍ମପୁର ଓ ବରଗୁଡ଼ା ଗ୍ରାମବାସୀ ତିଆରିଗାଁ ଫରେଷ୍ଟ କ୍ୱାର୍ଟର ସମ୍ମୁଖରେ ଧାରଣା ଦେଇଛନ୍ତି। ଏହି ଅବସରରେ ସେମାନେ ବନ ବିଭାଗୀୟ କର୍ମଚାରୀଙ୍କ ସହ ଆଲୋଚନା କରି ବିଭିନ୍ନ ଦାବି ଜଣାଇଛନ୍ତି।ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଗ୍ରାମଗୁଡ଼ିକରେ ଗ୍ରାମସଭାର ଅନୁମତି ନ ନେଇ ବନ ବିଭାଗ ପକ୍ଷରୁ ନିଜ ଇଚ୍ଛାରେ କୃତ୍ରିମ ତଥା କମ୍ପାନୀ ଉପଯୋଗୀ ଗଛ ଲଗାଯାଉଛି। ଏହି ଗଛଗୁଡ଼ିକ ଭବିଷ୍ୟତରେ କେବଳ କମ୍ପାନୀଗୁଡ଼ିକର କାମରେ ବ୍ୟବହୃତ ହେବ ଏବଂ ଏଥିରୁ ଅଞ୍ଚଳବାସୀଙ୍କ କୌଣସି ଉନ୍ନତି କିମ୍ବା ଲାଭ ହେବ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅଞ୍ଚଳବାସୀ ଆହୁରି ଅଭିଯୋଗ କରିଛନ୍ତି ଯେ, ଯେଉଁ ସ୍ଥାନଗୁଡ଼ିକରେ ଗ୍ରାମବାସୀଙ୍କ ସହମତି ବିନା ଗଛ ଲଗାଯାଇଛି, ସେହି ଅଞ୍ଚଳରେ ବର୍ତ୍ତମାନ ତାରବାଡ଼ ଦିଆଯାଉଛି। ଫଳରେ ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକମାନେ ସେମାନଙ୍କ ପାରମ୍ପରିକ ଅଧିକାର ଓ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ସେମାନେ କହିଛନ୍ତି।ଏହି ପରିପ୍ରେକ୍ଷୀରେ ଆସନ୍ତା ୧୦ ଦିନ ମଧ୍ୟରେ ଜଙ୍ଗଲରେ କମ୍ପାନୀ ଉପଯୋଗୀ ଗଛ ଲଗାଇବା ବନ୍ଦ କରିବା ସହ ଜଙ୍ଗଲରୁ ତାରବାଡ଼ ହଟାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସେମାନେ ବନ ବିଭାଗୀୟ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ