ଅଭିଯୋଗ ଶୁଣିଲେ ନାହିଁ ପ୍ରଶାସନ,ମାଟି କାଦୁଅ ରାସ୍ତାରେ ଲଗାଇଲେ ଧାନ ତଳି କପୂଗୁଡ଼ା ଗ୍ରାମବାସୀ
କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତର କପୂଗୁଡ଼ା ଗ୍ରାମରେ ରାସ୍ତା ସମସ୍ୟାକୁ ନେଇ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରି ଗ୍ରାମବାସୀ କାଦୁଅ ରାସ୍ତାରେ ଧାନ ତଳି ରୋପଣ କରି ପ୍ରତିବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହି ରାସ୍ତାକୁ ସାମିଲ କରି ଶୀଘ୍ର ପକ୍କା ରାସ୍ତା ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି। କ.ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତର ମଗଡ଼ିଙ୍ଗିଆ ସ୍କୁଲ ଛକରୁ କପୂଗୁଡ଼ା, ମାହାଗୁଡ଼ା, ଅଲିକୁଟି, କେହେଲିଗାଣ୍ଡା ଦେଇ ଉପର କଙ୍ଗେରିକିଆ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ମାଟି ଓ ପଥର ରାସ୍ତା ଦୀର୍ଘଦିନ ଧରି ଶୋଚନୀୟ ଅବସ୍ଥାରେ ରହିଛି। ବର୍ଷା ଦିନେ ରାସ୍ତାଟି କାଦୁଅରେ ପରିଣତ ହେଉଥିବାରୁ ପ୍ରାୟ ୭୦୦ରୁ ଅଧିକ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି। ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଯିବାଠାରୁ ଆରମ୍ଭ କରି ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏହି ରାସ୍ତା ସମସ୍ୟା ସୃଷ୍ଟି କରୁଛି। ରାସ୍ତା ନିର୍ମାଣ ପାଇଁ ବହୁବାର ପ୍ରଶାସନଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଗ୍ରାମର ପୁରୁଷ ଓ ମହିଳାମାନେ ଏକାଠି ହୋଇ କାଦୁଅ ରାସ୍ତାରେ ଧାନ ତଳି ରୋପଣ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଗ୍ରାମବାସୀଙ୍କ ଦାବି, ପ୍ରଶାସନ ଶୀଘ୍ର ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସାମିଲ କରି ପକ୍କା ରାସ୍ତା ନିର୍ମାଣ କରନ୍ତୁ, ଯାହାଦ୍ୱାରା ଦୀର୍ଘଦିନର ସମସ୍ୟାର ସମାଧାନ ହୋଇପାରିବ।
କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ରଙ୍ଗନାଥ ବଡ଼ସେଟ୍ ଙ୍କ ରିପୋର୍ଟ , ଫର୍ଷ୍ଟ ନ୍ୟୁଜ୍ ଓଡ଼ିଶା,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0