ପେଟ୍ରୋଲ ପମ୍ପ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ଟ୍ରକ ଧକ୍କାରେ ଭିଣୋଇଙ୍କ ମୃତ୍ୟୁ, ଶାଳକ ସହ ଆଉ ଜଣେ ଗୁରୁତର
ନୂଆପଡ଼ା ଥାନା ଅନ୍ତର୍ଗତ ଟlନୱାଟ ଛକ ନିକଟସ୍ଥ ବି.ବି . ପେଟ୍ରୋଲ ପମ୍ପ ସମ୍ମୁଖରେ ଜାତୀୟ ରାଜପଥ–୩୫୩ ରେ ଆଜି ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ, ଖପ୍ରାଖୋଲ ଥାନା ବର୍ତିଆ ଗ୍ରାମର ଟିକେଲାଲ ବାରିକ (୪୨), ତାଙ୍କ ଶାଳକ ଧର୍ମେନ୍ଦ୍ର ବାଗ (୨୭) ଓ ସାଙ୍ଗ ହୀରାଧର କେତକୀ (୩୦) ବାଇକରେ ଖରିଆର ରୋଡ଼ରୁ ଫେରୁଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ ମାଲବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ରେ ଟ୍ରକଟି ବାଇକ ଆରୋହୀମାନଙ୍କୁ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବାରୁ ଘଟଣାଟି ଅତ୍ୟନ୍ତ ଭୟାବହ ରୂପ ନେଇଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ତିନିଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ଟିକେଲାଲ ବାରିକଙ୍କୁ ମୃତ ଘୋଷଣା କରିଥିଲେ। ଧର୍ମେନ୍ଦ୍ର ବାଗ ଓ ହୀରାଧର କେତକୀଙ୍କ ଚିକିତ୍ସା ଜାରି ରହିଛି। ନୂଆପଡ଼ା ପୋଲିସ ମୃତଦେହକୁ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିବାବେଳେ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0