ଗଣତନ୍ତ୍ର ବଞ୍ଚାଅ ଆରାଜକତା ହଟାଅ ଏହି ପରିପେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାଠାରେ ହଜାର ହଜାର ଜନତାଙ୍କ ଏକ ବିଶାଳ ୨ କିମି ଲମ୍ବର ରେଲି

Nov 3, 2026 - 05:46
 0  44
ଗଣତନ୍ତ୍ର ବଞ୍ଚାଅ ଆରାଜକତା ହଟାଅ ଏହି ପରିପେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାଠାରେ ହଜାର ହଜାର ଜନତାଙ୍କ ଏକ ବିଶାଳ ୨ କିମି ଲମ୍ବର ରେଲି

ଗଣତନ୍ତ୍ର ବଞ୍ଚାଅ ଆରାଜକତା ହଟାଅ ଏହି ପରିପେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାଠାରେ ହଜାର ହଜାର ଜନତାଙ୍କ ଏକ ବିଶାଳ ୨ କିମି ଲମ୍ବର ରେଲି ମଧୁବନ ପଡ଼ିଆ ଠାରୁ ବାହାରୀ ସହରର ମୁଖ୍ୟ ରାସ୍ତାରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖ ଦେଇ କଲେଜ ପଡ଼ିଆ ଠାରେ ପହିଞ୍ଚିଥିଲା। ଏହି ଗଣତନ୍ତ୍ର ବଞ୍ଚାଅ ଆର।ଜକତା ହଟାଅଏହିପରିପେକ୍ଷୀରେ କଲେଜ ପଡ଼ିଆ ଠାରେ ହଜାର ହଜାର ଜନତାଙ୍କ ଉପସ୍ଥିତିରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଓଡ଼ିଶା ର ମାନ୍ୟବର ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର, ପୂର୍ବ ମୟୂରଭଞ୍ଜ ସଭାପତି ନିହାର ରଞ୍ଜନ ମଦି, ବିଧାୟକ ସନାତନ ବିଜୁଳି, ବିଧାୟକ ଭାଷ୍କର ମଢ଼େଇ, ବିଧାଲିକା ସଞ୍ଜଳି ମୁର୍ମୁ, ଜିଲ୍ଲା ଉନ୍ନୟନ ପରିଷଦ ଅଧକ୍ଷ ଡଃ ବୁଢାନ ମୁର୍ମୁ, ଉପ ସଭାନେତ୍ରୀ ସିପ୍ରା ବାଜପେୟୀ, ରାଜ୍ୟ ପ୍ରବକ୍ତା କବି ବିଷ୍ଣୁ ଶତପଥୀ, ଯୁବନେତା ରାଜ୍ୟ ବିଜେପି ସମ୍ପାଦକ ସୌମ୍ୟରଞ୍ଜନ ମିଶ୍ର, ଆଇଟିସେଲ ସଭାପତି ସାମଲଏବଂ ବହୁ ଆଗ ଧାଡି ର ନେତା ଓ ନେତ୍ରୀ ଉପସ୍ଥିତ ଥିଲେ। ବଡ଼ସାହି ବିଧାୟକ ସନାତନ କୁଳିଙ୍କ ଚିତାକର୍ଷକ ଭାଷାଣ ଓ ମାନ୍ୟବର ମନ୍ତ୍ରୀ ଡଃ କୃଷ୍ଣ ମହାପାତ୍ର ଙ୍କ ର ରାଷ୍ଟ୍ରବାଦଭାଷାଣ ଉପସ୍ଥିତ ଜନତାଙ୍କୁ ବିମହୀତ କରିଥିଲା ଏବଂ ରାଷ୍ଟ୍ରବାଦ ମାମାଟିକୁ ଭଲ ପାଇବାର ଆଦର୍ଶ ର ମାର୍ଗ ଦର୍ଶାଇଥିଲେ। ଉପସ୍ଥିତ ସମସ୍ତ ନେତୃବୃନ୍ଦ ଓ ସାଧାରଣ ଜନତା ଙ୍କ ପାଇଁ ଭଜନ ଓ ପାନୀୟ ଜଳର ସୁବ୍ୟବସ୍ଥା ସହିତ ଶୃଙ୍ଖଳିତ ଭାବରେ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ