ଖଡିଆଳ ପଞ୍ଚାୟତ ସମିତିରେ ଗ୍ରାମ୍ୟ ଜଳ ଯୋଗାଣ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ବୈଠକ

Feb 20, 2025 - 20:56
 0  12
ଖଡିଆଳ ପଞ୍ଚାୟତ ସମିତିରେ ଗ୍ରାମ୍ୟ ଜଳ ଯୋଗାଣ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ବୈଠକ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ରେ ଗ୍ରାମ୍ୟ ଜଳ ଯୋଗାଣ ସମସ୍ୟାର ସମାଧାନ ନେଇ ଏକ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଖଡିଆଳ ବ୍ଲକ୍ ର ୨୬ ଗୋଟି ଗ୍ରାମପଞ୍ଚାୟତର ସରପଞ୍ଚ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବିଭାଗୀୟ ଅଧିକାରୀ ଏଥିରେ ଯୋଗ ଦେଇଥିଲେ। ଜିଲ୍ଲାପାଳ ପଞ୍ଚାୟତର ପାନୀୟ ଜଳ ସମସ୍ୟା ସରପଞ୍ଚ ତଥା ଜନ ପ୍ରତିନିଧି ମାନଙ୍କ ମୁହଁରୁ ଶୁଣିବାକୁ ଚାହିଁଥିଲେ। ପଞ୍ଚାୟତରେ ଥିବା ସମସ୍ତ ଜଳ ଯୋଗାଣ ପ୍ରକଳ୍ପ ଓ ନଳକୂପଗୁଡ଼ିକୁ ଶତ ପ୍ରତିଶତ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଖଡିଆଳ ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ,ସମସ୍ତ ସରପଞ୍ଚ ଏବଂ ନିର୍ବାହୀ ଅଧିକାରୀଙ୍କୁ ସୂଚିତ କରିଥିଲେଯେ ପ୍ରତ୍ୟେକ ନାଗରିକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିଜ ଦାୟିତ୍ଵ ବୋଲି ସମସ୍ତେ ମନେକରିବେ। ସଭାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ବିଡ଼ିଓ ନରସିଂହ ଗଡବା, ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଂଜନ ବେହେରା, ମାଲ୍ୟବନ୍ତ ସୁନା, ତନୟା ଶବର ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସହର ତଥା ସମସ୍ତ ଗ୍ରାମାଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥାର ଉତ୍ତମ ପରିଚାଳନା ପାଇଁ ଜିଲ୍ଲାପାଳ ପ୍ରଶାସନ ତଥା ଜନ ପ୍ରତିନିଧି ମାନଙ୍କୁ ଆହ୍ବାନ ଦେଇଛନ୍ତି।

 ନୂଆପଦରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ