।। କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ।।

Oct 30, 2024 - 19:47
 0  5
।। କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ।।

ନୂଆପଡା : ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ତୋରରା ରେ ପଞ୍ଚମ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରେମଲାଲ ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ l ଉକ୍ତ ବୈଠକରେ ନୂଆପଡ଼ା ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଉତ୍କଳମଣି ଅଗସ୍ତି ଯୋଗ ଦେଇ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବିଷୟ ରେ ପୁଙ୍ଖାନୁପୁଙ୍ଖ ଭାବେ ସମସ୍ତଙ୍କୁ ବୁଝାଇଥିଲେ l ମୋଟାନୂଆପଡ଼ା କ୍ଲଷ୍ଟର ର ପୁରାତନ ସିଆରସିସି ଶ୍ରୀଯୁକ୍ତ ଗିରିଧାରୀ ନାଏକ୍, ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଯୋଗ ଦେଇଥିଲେ l ପୁରାତନ ସିଆରସିସି ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ମଧ୍ୟ ରଖାଯାଇଥିଲା l ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବୈଠକ ର ସମସ୍ତ କାର୍ଯ୍ୟ ପାଇଁ ସାହାଯ୍ୟ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ