କୋଲାବିରା ରେ ପବିତ୍ର ଘୋଷଯାତ୍ରା

Jul 17, 2026 - 06:06
 0  62
କୋଲାବିରା ରେ ପବିତ୍ର ଘୋଷଯାତ୍ରା

କୋଲାବିରା, ୧୬ ।୭(ଫାଷ୍ଟ ନ୍ୟୂଜ ଓଡ଼ିଶା): ଝାରସୁଗୁଡା ଜିଲ୍ଲା କୋଲାବିରା ଠାରେ ଆଜି ଗୁରୁବାର ଆଷାଢ ଶୁକ୍ଳପକ୍ଷ ଦ୍ବିତିୟା ତିଥ୍ ରେ ଚତୁର୍ଦ୍ଧାମୂର୍ତିଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହାପଟୁଆରେ ପହଂଚିଛନ୍ତି ମାଉସି ମାଁ ମନ୍ଦିରରେ ଶ୍ରୀଜଗନ୍ନାଥ । ଏଇ ଅବସରରେ ରଥ ଉପରେ ବିଗ୍ରହଙ୍କୁ ଦର୍ଶନ କରିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖାଦେଇଥିଲା । ପୁରାତନ ନୀତିନୀତି ତଥା ପରମ୍ପରା ମୁତାବକ ମଇଲମ ଆଳତି,ପହଣ୍ଡି ଭୋଗ ସହ ଯଥାରୀତି ପୂଜା ହେବାପରେ କୋଲାବିରା ଜମିଦାର ବୀର ଅମରେନ୍ଦ୍ର ପ୍ରତାପ ସିଂହଙ୍କ ଦ୍ଵାରା ଛେରାପହଁରା ହୋଇ ତିନିଠାକୁର ରଥାରଢ ହୋଇଥିଲେ ।

ସକାଳୁ ମଙ୍ଗଳ ଆଳତି,ଅବକାଶ,ବେଶ,ଗୋପାଲ ବଲ୍ଲବ,ସକାଳଧୂପ,ରଥ ପ୍ରତିଷ୍ଠା,ମଙ୍ଗଳାର୍ପଣ ପହଣ୍ଡ ଆରମ୍ଭ ପହଣ୍ଡଶେଷ,ଛେରାପହଁରା ପରେ ଅପରାହ୍ନ ୪ ଟାରେ ପରେ ରଥଟଣା ପର୍ବ ଆରମ୍ଭ ହୋଇଥିଲା । ରଥଯାତ୍ରା ପାଇଁ ଭକ୍ତମୟ ହୋଇଉଠିଥିଲା ମନ୍ଦିର ପରିସର । ମୂଖ୍ୟ ସତକଦେଇ ରଥ ମାଉସି ଗୁଡି କୁ ସଂଧ୍ୟାରେ ପହଂଚିଥିଲା । ପୂଜକ ବିଜୟ ପୂଜାରୀ, ଓମପ୍ରକାଶ ପୂଜାରୀ,ସଂଜୟ ପୂଝାରୀ,ରାଜେଶ ପୂଝାରୀ ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ । ସେହିପରି ଅଣସର ପରେ ଶ୍ରୀମନ୍ଦିରରେ ବିଗ୍ରହଙ୍କ ନେତ୍ରୋତ୍ସବ ନୀତି ସମ୍ପନ୍ନ ହୋଇଛି । ନବଯୌବନ ଦର୍ଶନ ଲାଗି ଆଖପାଖ ଅଂଚଳର ବହୁଭକ୍ତଙ୍କ ସମାଗମ ହୋଇଥିଲା । ପ୍ରକାଶ ହୋତା,ଚିନ୍ମୟ ବହିଦାର,କିଶୋର ପୁହାଣ,ପ୍ରଦ୍ୟୁମ୍ନ ପୁରୋହିତ ସୁକାନ୍ତ ସାହୁ, ବିନୟ ମହାପାତ୍ର ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ରଥଟଣା ଶାନ୍ତିଶୃଙ୍ଖଳା ସହିତ ସମାପନ ହୋଇଥିବା ଏହି ଘୋଷଯାତ୍ରା ରେ ଅଂଚଳର ବହୁ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଲିଥିଲା ।

କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ