।। କୋଟିଆ ରେ ଜିଲ୍ଲା ପ୍ରଶାସନ ତରଫରୁ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Mar 19, 2024 - 20:52
 0  412
।।  କୋଟିଆ ରେ ଜିଲ୍ଲା ପ୍ରଶାସନ ତରଫରୁ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ମେ 13 ରେ କୋରାପୁଟ ଜିଲାରେ ହେବକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଆଜି କୋରାପୁଟ ଜିଲ୍ଲା ପ୍ରଶାସନ ଓ ପଟ୍ଟାଙ୍ଗି ବ୍ଲକ ପ୍ରଶାସନର ମିଳିତ ଉଦ୍ୟମରେ କୋଟିଆ ପଞ୍ଚାୟତର ବିଭିନ୍ନ ସୀମାନ୍ତ ଅଞ୍ଚଳଗୁଡିକ ତଥା ଫାଟୁସୀନେରୀ, ମାଡାକାର ଏବଂ ଗଞ୍ଜେଇପଦର ପ୍ରଭୁତି ଅଞ୍ଚଳଗୁଡିକରେ ନିର୍ବାଚନକୁ ନେଇ ଭୋଟର ମାନଙ୍କୁ ମତଦାନ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଈଥିଲା l ଏହି କାର୍ଯ୍ୟକ୍ରମ ରେ କୋରାପୁଟ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି କୀର୍ତିଭାସନ ଙ୍କ ସହିତ ପଟ୍ଟାଙ୍ଗି ବ୍ଲକ ଅଧିକାରୀ ସୁକାନ୍ତ ପଟ୍ଟନାୟକ ଏବଂ ପଟ୍ଟାଙ୍ଗି ତହସିଲଦାର ପ୍ରଭୁତି ଉପସ୍ଥିତ ହୋଇ ଅଞ୍ଚଳର ଜନସାଧାରଣ ମାନଙ୍କୁ ନିଜର ବହୁମୂଲ୍ୟ ଭୋଟ ନିର୍ଭକ ଭାବେ ଦେବ ପାଇଁ ଶପଥ ପାଠ କୋରେଇଥିଲେ l ଆଉ ଯେପରି କି ନିର୍ବାଚନ ସୁରୁଖୁରୁ ଭାବେ ଏହି ସୀମାନ୍ତ ଅଞ୍ଚଳରେ ହେବ ସେଥିପାଇଁ ମଧ୍ୟ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିଲା ଜିଲ୍ଲାପାଳ ସୂଚନା ଦେଇଥିଲେ ଉପସ୍ଥିତ ଅଞ୍ଚଳର ସମସ୍ତ ଜନସାଧାରଣମାନଙ୍କୁ l

 କୋରାଫୁଟ ରୁ ରୁପ ଖୋରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ