କେନ୍ଦ୍ରୀୟ ବିଦ୍ୟାଳୟରେ ୧୦ମ ଶ୍ରେଣୀ ରୁ ଏକାଦଶ ଶ୍ରେଣୀକୁ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳଙ୍କୁ ଅଭିଭାବକଙ୍କ ଦାବିପତ୍ର ପ୍ରଦାନ

Dec 17, 2024 - 21:53
 0  9
କେନ୍ଦ୍ରୀୟ ବିଦ୍ୟାଳୟରେ ୧୦ମ ଶ୍ରେଣୀ ରୁ ଏକାଦଶ ଶ୍ରେଣୀକୁ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳଙ୍କୁ ଅଭିଭାବକଙ୍କ ଦାବିପତ୍ର ପ୍ରଦାନ

ନୂଆପଡା : ଆଜି ସଦର ନୂଆପଡା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଅଭିଭାବକ ମାନେ ଜିଲ୍ଲା ଓକିଲ ସଂଘ ସଭାପତି (ସୀତୁ)ଙ୍କ ନେତୃତ୍ବରେ କେନ୍ଦ୍ରୀୟ ବିଦ୍ୟାଳୟରେ ୧୦ମ ଶ୍ରେଣୀ ରୁ ଏକାଦଶ ଶ୍ରେଣୀକୁ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳ ନୂଆପଡା ଶ୍ରୀଯୁକ୍ତ ମଧୁସୂଦନ ଦାସଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବର୍ତମାନ କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ ଭାବରେ ନିକଟସ୍ଥ ନ୍ୟାସନାଲ ହାଇସ୍କୁଲ ପାଖରେ ପରିଚାଲିତ ହୋଇଆସୁଥିବା ବେଳେ ବର୍ତମାନ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି । ଯଦି ୧୦ମ ଶ୍ରେଣୀରୁ ଏକାଦଶ ଶ୍ରେଣୀ ବୃଦ୍ଧି କରାଯାଏ ତେବେ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ଓ ସାଇନ୍ସଲ୍ୟାବର ଅଭାବ ହୁଏ ତେବେ ନ୍ୟାସନାଲ ହାଇସ୍କୁଲରେ ଛାତ୍ର ଛାତ୍ରୀ ମାନେ ଏସବୁ ସୁବିଧା ପାଇପରିବେ ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି । ସଦର ମହକୁମାରେ ଏକାଦଶ ଓ ଦ୍ଵାଦଶ ଶ୍ରେଣୀ ପାଇଁ ସିବିଏସଇ ବୋର୍ଡ ଅନ୍ତର୍ଗତ କୌଣସି ଭଲ ସ୍କୁଲ ନାହିଁ । ଯଦି ୧୦ମଶ୍ରେଣୀରୁ ଏକାଦଶ ଶ୍ରେଣୀକୁ ବୃଦ୍ଧି କରାଯାଏ ଏବଂ ଏସବୁ ସୁବିଧା ହେବା ଦ୍ବାରା ନିଜ ଛୁଆ ପିଲାଙ୍କ ଶିକ୍ଷାଗତ ବିକାଶ ହେବା ସଙ୍ଗେ ସଙ୍ଗେ ନୂଆପଡା ଅଞ୍ଚଳରେ ସବୁ ଛାତ୍ର ଛାତ୍ରୀଙ୍କ ଶିକ୍ଷାଗତ ବିକାଶ ଉଜ୍ଜଳ ହୋଇ ପାରିବ ବୋଲି ଅଭିଭାବକ ମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଏନେଇ ଜିଲ୍ଲାପାଳ ଶ୍ରୀ ଦାସ ଖୁବ ଶିଘ୍ର ଏହାର ବିଚାର କରିବା ପାଇଁ ପ୍ରତିଶୃତି ଦେଇଛନ୍ତି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ