କେନ୍ଦୁବାହାରା ପଞ୍ଚାୟତରେ ମୋବାଇଲ ସେବା ଅପହଞ୍ଚ ଲାଗିଛି ଟାୱାର ହେଲେ ପାଉନି ନେଟୱର୍କ

Jun 3, 2024 - 11:50
 0  13
କେନ୍ଦୁବାହାରା ପଞ୍ଚାୟତରେ ମୋବାଇଲ ସେବା ଅପହଞ୍ଚ  ଲାଗିଛି ଟାୱାର ହେଲେ ପାଉନି ନେଟୱର୍କ

ନୂଆପଡ଼ା : ନୂଆପଡ଼ା ବ୍ଲକ୍ ସୀମାନ୍ତ କେନ୍ଦୁବାହାରା ପଞ୍ଚାୟତରେ ମୋବାଇଲ ସେବା ଅପହଞ୍ଚ ହୋଇ ରହିଛି । ଏହି ପଞ୍ଚାୟତରେ ଟାୱାର ଲାଗିଛି, ହେଲେ ଲେଞ୍ଜ କମ୍ ଥିବାରୁ ସବୁଠି ନେଟୱର୍କ ଆସୁନଥିବା ଅଭିଯୋଗ ହେଉଛି | ପଞ୍ଚାୟତ ଅଫିସ୍‌ରେ ନେଟ୍ୱର୍କ ଆସୁନଥିବାରୁ ଡିଜିଟାଲ କାମ ଫେଲ୍ ମାରୁଛି । ୧୯୯୩ରେ ନୂଆପଡ଼ା ସ୍ବତନ୍ତ୍ର ଜିଲ୍ଲା ଗଠନ ବେଳେ ପଡୋଶୀ ଛତିଶଗଡ ରାଜ୍ୟ ସୀମାନ୍ତରେ ବୃକ୍ ଅଧୀନରେ କେନ୍ଦୁବାହାରା ପଞ୍ଚାୟତ ଗଠନ ହୋଇଥିଲା। ଏହି ପଞ୍ଚାୟତ ଗଠନର ୩୦ ବର୍ଷ ପରେ ବି ପଞ୍ଚାୟତ ମୁଖ୍ୟାଳୟରେ ଗୋଟିଏ ବି ମୋବାଇଲ ଟାୱାର ସ୍ଥାପନ ହୋଇନଥିଲା । ଏନେଇ ପଞ୍ଚାୟତବାସୀ ବାରମ୍ବାର ଜିଲ୍ଲା ପ୍ରଶାସନଠାରେ ଅଭିଯୋଗ କଲା ପରେ ଗତ ବର୍ଷ କେନ୍ଦୁବାହାରା ପଞ୍ଚାୟତ ଜାମୁସାଲେଭଟାରେ ଏକ ମୋବାଇଲ ଟାୱାର ତିଆରି ହୋଇଥିଲା। ଏଥିରେ ପଞ୍ଚାୟତର ସବୁ ଗାଁକୁ ମୋବାଇଲ ନେଟ୍ୱର୍କ ପାଇନଥିଲା । ଗତ ୩ ମାସ ତଳେ ପୁଣି ସୀମାନ୍ତ ଗାଁ ସିରିଗିଡ଼ିରେ ଏକ ମୋବାଇଲ ଟାୱାର ସ୍ଥାପନ ହୋଇଥିଲା। ଏଭଳି ପଞ୍ଚାୟତରେ ଦୁଇଟି ମୋବାଇଲ ଟାୱାର ନିର୍ମାଣ ହୋଇଥିଲେ ବି ସବୁ ଗାଁକୁ ମୋବାଇଲ ସେବା ଅପହଞ୍ଚ ହୋଇ ରହିଛି। ଏହି ପଞ୍ଚାୟତର ଗୋଟିଏ କୋଣରେ ଜାମୁସାଲେଭଟା ଓ ଅନ୍ୟ କୋଣରେ ସିରିଗିଡ଼ି ଗାଁ ରହିଛି। ଏହି ମୋବାଇଲ ସେବା କେବଳ ଏହି ଦୁଇ ଗାଁର ଲୋକେ ହିଁ ପାଉଛନ୍ତି । ଏବେ ବି କେନ୍ଦୁବାହାରା ପଞ୍ଚାୟତ ମୁଖ୍ୟାଳୟକୁ ମୋବାଇଲ ସେବା ଅପହଞ୍ଚ ହୋଇ ରହିଛି । ସରକାର ପଞ୍ଚାୟତର ସବୁ କାମରେ ଡିଜିଟାଲକରଣ ପାଇଁ ଗୁରୁତ୍ବ ଦେଉଛନ୍ତି । ଏଠି ରଖା ଓ ପିଡିଏସ୍ ବଣ୍ଟନଠାରୁ ଆରମ୍ଭ କରି ଶ୍ରମିକଙ୍କୁ ମନରେଗା ପାଉଣା ଦେବା ଭଳି ସବୁ କାମ ଅନ୍‌ଲାଇନ ଚାଲିଛି । ସେହିପରି ଅନ୍ୟ ସବୁ ପଞ୍ଚାୟତ ଅଫିସ୍‌ କର୍ମଚାରୀମାନେ ଆରାମରେ ଅନ୍‌ଲାଇନ କାମ କରିଥାନ୍ତି । କିନ୍ତୁ ଏହି ପଞ୍ଚାୟତ ମୁଖ୍ୟାଳୟରେ ନେଟ୍‌ୱର୍କ ନଥିବାରୁ କମ୍ପ୍ୟୁଟର ବ୍ୟବସ୍ଥା ବି ହୋଇନାହିଁ । ଏହି ପ୍ରାୟତଃ ପିଇଓ, ଜିଆରଏସ୍ ଭଳି କର୍ମଚାରୀ ବ୍ଲକ୍ ଅଫିସ୍ କିମ୍ବା ଅନ୍ୟତ୍ର ବସି ଅନ୍‌ଲାଇନ କାମ କରୁଛନ୍ତି । ତେବେ ଭତ୍ତା, ପିଡିଏସ ବଣ୍ଟନ, ପ୍ରଧାନମନ୍ତ୍ରୀ ଆବସ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ବୀମା ଯୋଜନା, ଶ୍ରମିକଙ୍କୁ ମନରେଗା ପାଉଣା ଦେବା ପାଇଁ ଅନ୍‌ଲାଇନ କାମରେ ବାଧା ସୃଷ୍ଟି ହେଉଛି । ହିତାଧିକାରୀମାନେ ହଇରାଣ ହେଉଛନ୍ତି । ତେଣୁ ପଞ୍ଚାୟତ ମୁଖ୍ୟାଳୟରେ ମୋବାଇଲ ଟାୱାର ସ୍ଥାପନ କରିବାକୁ ସରପଞ୍ଚ ଜାନକୀ ମାଝୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛି। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ