କୁଟିକିଆ ଅଞ୍ଚଳରୁ ୧୨୦ ଏକର ଗଞ୍ଜେଇ ଗଛ ନଷ୍ଟ

Dec 20, 2024 - 20:27
 0  8
କୁଟିକିଆ ଅଞ୍ଚଳରୁ ୧୨୦ ଏକର ଗଞ୍ଜେଇ ଗଛ ନଷ୍ଟ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କୁଟିକିଆ ଜଙ୍ଗଲ ଅଞ୍ଚଳରେ ବେଆଇନ ଭାବେ ଲଗା ଯାଇଥିବା ଗଞ୍ଜେଇ ଗଛକୁ ଅବକାରୀ ବିଭାଗ ସହ ମିଳିତ ସହଯୋଗରେ ବାଲିଗୁଡ଼ା ପୋଲିସ ଦ୍ବାରା ଗଞ୍ଜେଇ ଚାଷ ନଷ୍ଟ କରା ଯାଇଛି। ସମ୍ପୂର୍ଣ୍ଣ ବେଆଇନ ଗଞ୍ଜେଇ ଚାଷ ଉପରେ ରୋକ ଲଗାଇବାକୁ ପୋଲିସ ବିଭାଗ ଅହରହ ଅଭିଯାନ ଚଳାଇ ଥିଲେ ମଧ୍ୟ ଗଞ୍ଜେଇ ଚାଷ ବଢିବାରେ ଲାଗି ଥିବା ଦେଖିବାକୁ ମିଳିଛି। ହେଲେ ଏ ନେଇ ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କୁଟିକିଆ ପଞ୍ଚାୟତ ଅଞ୍ଚଳରୁ ବାଲିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ଦଳ ସମେତ ଅବକାରୀ ଓ ଜଙ୍ଗଲ ବିଭାଗ ସଦଳବଳେ ଚଢଉ କରି ପ୍ରାୟ ୧୨୦ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାର ବେଆଇନ ଗଞ୍ଜେଇ ଗଛ ସବୁ କାଟି ପୋଡି ନଷ୍ଟ କରି ଦିଆଯାଇଛି। ଏ ସକ୍ରାନ୍ତରେ କେହି ଗିରଫ ହୋଇ ନଥିବା ବେଳେ ବାଲିଗୁଡ଼ା ଥାନାରେ ୩୨୭/୨୪ ରେ ଏକ ଏନଡିପିଏସ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଉକ୍ତ ଗଞ୍ଜେଇ ଚାଷ ପୋଡ଼ି କାର୍ଯ୍ୟରେ ବାଲିଗୁଡ଼ା ତହସିଲଦାର ଦୀପ୍ତି ପ୍ରକାଶ ବେହେରା ମାଜିଷ୍ଟ୍ରେଟ ଭାବେ ଯୋଗ ଦେଇଥିଲେ।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ