କିଶୋରୀ ବାଳିକାଙ୍କ ଆନ୍ତଃଜିଲ୍ଲା ପରିଦର୍ଶନ କାର୍ଯ୍ୟକ୍ରମ
ବାରିପଦା, (୨୪/୦୩): ମୟୂରଭଞ୍ଜ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ଦ୍ବାରା ଆଜି କିଶୋରୀମାନଙ୍କ ପାଇଁ ଆନ୍ତଃଜିଲ୍ଲା ଏକ୍ସପୋଜର ପରିଦର୍ଶନ ଅନୁଷ୍ଠିତ ହୋଇଛି । ଏହା ଅତ୍ୟନ୍ତ ଉତ୍ସାହ ଏବଂ ଦଳଗତ ଭାବନା ସହିତ ସଫଳତାର ସହ ଆୟୋଜିତ ହୋଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତି ପତାକା ଦେଖାଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି ପରିଦର୍ଶନର ଏକ ଅଂଶ ଭାବରେ କିଶୋରୀମାନଙ୍କୁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନକୁ ନିଆଯାଇଥିଲା । ଏଥିରେ ଡାକଘର ବାରିପଦା, ବାରିପଦା ଟାଉନ ଥାନା , ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ବାରିପଦା ରେଳ ଷ୍ଟେସନ, ପୂର୍ଣ୍ଣଚନ୍ଦ୍ର ଆଇଟିଆଇ ବାରିପଦା ଏବଂ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ମୟୂରଭଞ୍ଜ ସମେତ ବିଭିନ୍ନ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନକୁ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ୨୦ ଜଣ କିଶୋରୀ ବାଳିକା ସାମିଲ ହୋଇ ଜ୍ଞାନ ଆରୋହଣ କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0