କିର୍ମିରା ବ୍ଳକରେ କୃଷକ ସମ୍ବାଦ

Jun 24, 2026 - 15:52
 0  3
କିର୍ମିରା ବ୍ଳକରେ କୃଷକ ସମ୍ବାଦ

କିର୍ମିରା ୨୩।୬(ଫାଷ୍ଟ ନିଉଜ ଓଡ଼ିଶା)ଓଡିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକଶିତ ଓଡ଼ିଶାର ବିକାଶ ଧାରା ଅଭିଯାନ ଅନ୍ତର୍ଗତ ବ୍ଳକସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ ବ୍ଳକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଅଛି ।ଏହି ଅବସରରେ ସାଂସଦ ପ୍ରତିନିଧି ବାବୁଲାଲ କିସାନ ମୁଖ୍ୟଅତିଥି, ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଦିପ କୁମାର ନନ୍ଦ, ଜିଲା ସହକାରୀ ମତ୍ସ୍ୟ ଅଧିକାରୀ ସୌମ୍ୟଜିତ ଜେନା,ଜିଲା ଏସଡିଭିଓ ଭଗବତୀ ପ୍ରସାଦ ଦାଶ,ଏଏଚ୍ଓ ଲଇକେରା ବ୍ଳକ ପ୍ରମିଳା ମରାଣ୍ତି ଯୋଗଦେଇ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଆଲୋଚନା କରିବା ସହ କୃଷି କ୍ଷେତ୍ରରେ ନୂତନ ପ୍ରଯୁକ୍ତିର ବ୍ୟବହାର ଓ ଜୈବିକ ଚାଷ ପ୍ରସାର,କୃଷକ ମାନଙ୍କ ଆୟ ବୃଦ୍ଧି ସହ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଚାଷି ମାନଙ୍କୁ ସଚେତନ କରିବା ସହ ସଫଳ ଚାଷିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବ୍ଳକ କୃଷି ଅଧିକାରୀ ସିମା ଚୌଧୁରୀଙ୍କ ପରିଚାଳନାରେ ଏଟିଏମ ସୁନୀଲ ନାଏକ,ଠଣ ସୁନ୍ଦର ଗନ୍ଧା,ରାକେଶ ଚୋବେ,ନନ୍ଦିତା ପୃଷ୍ଟେଠ,ତପସ୍ଵିନୀ ବାଗ ସହଯୋଗ କରିଥିଲେ।ଏଓ ପ୍ରଦୀପ କୁମ୍ଭାର ଧନ୍ୟବାଦ ଦେଇଥିଲେ। କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ