କିର୍ମିରାରେ ଅଙ୍ଗନ କା ଉତ୍ସବ
କିର୍ମିରା ୨୯।୯(*ଫାଷ୍ଟ ନିଉଜ ଓଡ଼ିଶା*) ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କିର୍ମିରା ବ୍ଲକର ପ୍ରତେକ ଅଙ୍ଗନବାଡୀ କେନ୍ଦ୍ର ମାନଙ୍କରେ ତିନି ଦିନ ଧରି ଅଙ୍ଗନ କା ଉତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ଶିଶୁ ଓ ବାପା,ମା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ସହ ଶିଶୁଙ୍କ ଯନ୍ନ, ଶିକ୍ଷା, ସ୍ୱାସ୍ଥ୍ୟ,ସ୍ଵଚ୍ଛତା, ସୁସ୍ଥ ପରିବାର ବିଷୟରେ ସଚେତନତ କରାଯାଇଥିଲା।ଅର୍ଡ଼ା ପଞ୍ଚାୟତ କହରପଡ଼ା ଅଙ୍ଗନବାଡୀ ଜ୍ଞାନ କେନ୍ଦ୍ରରେ ପାଳିତ ଅଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମରେ ସରପଞ୍ଚ ବିଣାପାଣୀ ପୋଢ଼ ମୁଖ୍ୟଅତିଥି, ପ୍ରଧାନ ଶିକ୍ଷୟତ୍ରୀ ପଦ୍ମିନୀ କରାରୀ,ମମତା ପିଏ ନିବେଦିତା ବାଗ,ଜେଆର ଏ ୟୋଗେଶ ସରଫ,ଏକାନ୍ତ ପଟେଲ, ଦ୍ଵାଡ଼ ମେମର ରଶ୍ମିତା ତଣ୍ଡିଆ, ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶିଶୁ ଓ ମାତା, ପିତା ମାନଙ୍କୁ ସମ୍ମାନିତ କରି ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଅଙ୍ଗନବାଡୀ କର୍ମୀ ଜ୍ୟୋସ୍ନା ମହାନନ୍ଦ ପରିଚାଳନା କରିଥିଲେ।ଆଶା ସୁନାଫୁଲ ବାର,ସହାୟିକା ମମତା ପିଙ୍ଗ ସହ ଯୋଗ କରିଥିଲେ।
କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା
What's Your Reaction?
Like
2
Dislike
0
Love
1
Funny
0
Angry
0
Sad
0
Wow
0