।। କାଶୀପୁରରେ ପୁଣି କଡ ଲେଉଟିଲା ହଇଜା, ୨ ଜଣଙ୍କ ମୃତ୍ୟୁ ପରେ ଚେତିଲେ ପ୍ରଶାସନ ରାୟଗଡ ।।

Jul 29, 2024 - 20:41
 0  13
।। କାଶୀପୁରରେ ପୁଣି କଡ ଲେଉଟିଲା ହଇଜା, ୨ ଜଣଙ୍କ ମୃତ୍ୟୁ ପରେ ଚେତିଲେ ପ୍ରଶାସନ  ରାୟଗଡ ।।

ରାୟଗଡ଼ା ଜିଲ୍ଲା : ଟିକିରି ୨୮/୭/୨୪ - କିଛି ଦିନ ତଳେ ଡିପଥେରିଆ ଓ ପରେ ମ୍ୟାଲେରିଆ ଓ ବର୍ତ୍ତମାନ ହଇଜା ଭଳି ମହାମାରୀର ଶିକାର ହୋଇଛି ରାୟଗଡ ଜିଲ୍ଲାର ଉପାନ୍ତ ବ୍ଲକ୍ କାଶୀପୁର । ପ୍ରତି ବର୍ଷ ଏହି ଉପାନ୍ତ ତଥା ଦୁର୍ଗମ ବ୍ଲକରେ ହଇଜା ସଂକ୍ରମଣରେ ଜୀବନ ଚାଲିଯାଉଥିବା ଏହି ବ୍ଳକ ବାସିନ୍ଦା ପାଇଁ ଏକ ଦେହସୂହା ଘଟଣା। କିନ୍ତୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ପ୍ରଶାସନ କିମ୍ୱା ସ୍ବାସ୍ଥ୍ୟ ବିଭ୍ଗଚେଷ୍ଟିତ ନଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ସୂଚନା ମୁତାବକ ଏହି ବ୍ଳକର ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ ଲାମ୍ୱିରି ଗ୍ରାମରେ ଗତ ସପ୍ତାହେ ଭିତରେ ଦୁଇ ଦୁଇଟି ପ୍ରାଣ ଏହି ଝାଡ଼ାବାନ୍ତି ଭଳି ମହାମାରୀ ଯୋଗୁଁ ଚକ୍8ଯାଇଥିବା ବେଳେ ଉକ୍ତ ଗ୍ରାମର ଲେଖା ମାଝୀଙ୍କର ପୁଅ ଆନନ୍ଦ ମାଝୀ (୩୫)ଙ୍କର ମୃତ୍ୟୁ ଘଟିଥିବା ବେଳେ ଗତ ବୁଧବାର ଦିନ ଧନ ମାଝିଙ୍କର ସ୍ତ୍ରୀ ଇଲାଇ ମାଝୀ, (୬୦)ଙ୍କର ମୃତ୍ୟୁ ଘଟିଛି। ଯାହାକି ଆଜି ରାୟଗଡ ମୁଖ୍ୟ ଚିକିତ୍ସାଳୟରୁ ଏକ ଟିମ୍ ଉକ୍ତ ଗାଁକୁ ଯାଇ ଅନୁଧ୍ୟାନ କରିବା ସହ ସଚେତନ କରିଥିବା ଦେଖା ଯାଇଛି। ସୂଚନା ମୂତାବକ ଉକ୍ତ ଗାଁର ପ୍ରାୟ ୫୦ ଘର ପରିବାର ବସବାସ କରୁଛନ୍ତି । କିନ୍ତୁ ଜଣ ସ୍ବାସ୍ଥ୍ୟ ବିଭାଗ ତରଫରୁ ବିଭା ବେଳେ ବାଇଗଣ ରୂଆ ସଦୃଶ୍ୟ ଦୁଇ ଜଣଙ୍କର ମୃତ୍ୟୁ ଘଟିବା ପରେ ଆଜି ଗାଁର ପାରିପାର୍ଶ୍ୱରେ ବ୍ଲିଚିଂ ପକାଇବା ସହ ବୋର୍ ୱେଲ ଗୁଡିକ ମରାମତି କରିଥିଲେ ।ଏହି ଗାଁର ଏବେ ମଧ୍ୟ ପ୍ରାୟ ୫ରୁ ଉର୍ଦ୍ଧ୍ବ ଏହି ଝାଡ଼ାବାନ୍ତି ରୋଗରେ ସଂକ୍ରମିତ ହୋଇଥିବା ଉକ୍ତ ଗାଁର ବାସିନ୍ଦା ଲମ୍ବୁ ମାଝୀ କହିଛନ୍ତି । ଗାଁର ପାରିବେଶ ଓ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ ଯେ କେହିବି ଏହି ହଇଜା ମହାମାରୀର କାରଣ ଅନୁମେୟ କରି ପାରିବେ। ପୂର୍ବରୁ ମଧ୍ୟ ଏହିଭଳି ଅନେକ ସମୟରେ ଏହି ଉପାନ୍ତ ବ୍ଲକରେ ପ୍ରତି ବର୍ଷ ହଇଜା ମହାମାରୀ ସଂକ୍ରମଣରେ ଅନେକ ଲୋକଙ୍କ ଜୀବନ ଚାଲିଯାଇଥିବା ନଜିର ଅଛି । ଏହି ଗାଁକୁ ରାୟଗଡ ବିଧାୟକ ଆପଲ ସ୍ବାମୀ କାଡ୍ରାକା ଯାଇ ପରିଦର୍ଶନ କରିବା ସହ ଲୋକଙ୍କୁ ସେମାନଙ୍କ ପରିସ୍ଥିତି ପଚାରି ବୁଝିଥିଲେ ।କିନ୍ତୁ ଆଉ କେତେ ଜୀବନ ଗଲା ପରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗିବ ଓ ଏହାର ସ୍ଥାୟୀ ପ୍ରତିକାର ଓ ସମାଧାନ କେବେ କରିବେ ସେ ନେଇ ସମୟ କହିବ।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ