।। କାର୍ଗିଲ ବିଜୟ ଦିବସ ଅବସରରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ବଳିଦାନ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ ।।

Jul 26, 2024 - 21:35
 0  24
।। କାର୍ଗିଲ ବିଜୟ ଦିବସ ଅବସରରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ବଳିଦାନ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ ।।

ନୂଆପଡା- ଆଜି କାର୍ଗଲ ବିଜୟ ଦିବସ ଅବସରରେ ନୂଆପଡା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ତରଫରୁ ନୂଆପଡା ବିଜେପି କାର୍ଯ୍ୟାଳୟ ପରିସରରେ ହଜାର ହଜାର ସଂଖ୍ୟାରେ ଯୁବ ମୋର୍ଚା କାର୍ଯ୍ୟକର୍ତା ମାନେ ଯୋଗଦାନ କରି ଏକତ୍ରୀତ ହୋଇ ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡାଙ୍କ ନେତୃତ୍ବରେ ଏକ ବିରାଟ ମୋଟର ସାଇକିଲ ରେଲିରେ ବାହାରି ହାତରେ ତ୍ରୀରଙ୍ଗା ପତାକା ଧରି ତ୍ରୀରଙ୍ଗା ଯାତ୍ରାରେ ସାମିଲ ହୋଇ ଖରିଆରରୋଡ ସହର ପରିକ୍ରମା କରିବା ପରେ ସ୍ଥାନୀୟ ଗୁରୁକୁଳ ମାର୍ଗ ଦେଇ ରକ୍ତ ତିର୍ଥ ସାଲିହା ଗଡରେ ଅବସ୍ଥିତ ସାଲିହା ସ୍ମୃତିସ୍ତମ୍ଭ ଠାରେ ପହଁଚି ନୂଆପଡା ଜିଲ୍ଲାର ସହିଦ ମାନଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଲୀ ଅର୍ପଣ ସମୟରେ ବିଜେପିର ବରିଷ୍ଠ କାର୍ଯ୍ୟକର୍ତା ତଥା ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁର, ବରିଷ୍ଠ ବିଜେପି ନେତା ଗୋଲଡି ଅଗ୍ରୱାଲ, ବରିଷ୍ଠ ବିଜେପି ନେତା ହରିଶ୍ଚନ୍ଦ୍ର ପଣ୍ଡା ( ଟିଟୁ), ବରିଷ୍ଠ ବିଜେପି ନେତା ତୁଲସ ପଟେଲ, ସଦାନନ୍ଦ ଯୋଶୀ, ଦୃଷ୍ଟି ମାଝି, ସରୋଜ ଜଗତ, ଚତୁର୍ଭୁଜ ଶର୍ମା ପ୍ରମୁଖ ଯୋଗଦାନ କରି ସ୍ବାଧିନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ସ୍ବାଧିନତା ସଂଗ୍ରାମୀ ମାନଙ୍କ ୮ ଜଣ ପରିବାର ସଦସ୍ୟଙ୍କୁ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ପରେ ସଂନ୍ଧ୍ୟା ୬ଟା ସମୟରେ ଏକ ବିଶାଳ ମଶାଲ ଯାତ୍ରା ବାହାରି ନୂଆପଡା ସହର ପରିକ୍ରମା କରି ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ କରି ବଳିଦାନ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବା ପରେ ଦେଶ ପ୍ରେମ ବୋଧକ ରଙ୍ଗାରଙ୍ଗ ନୃତ୍ୟ ଗିଡ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ