କାଣିଗୁମା କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

Feb 12, 2025 - 16:05
 0  125
କାଣିଗୁମା କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା  ମେଳା ଅନୁଷ୍ଠିତ

ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ କାଣିଗୁମା କ୍ଲଷ୍ଟର ଅଧିନସ୍ଥ ମର୍ଡିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ନିପୂଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି।କାଣିଗୁମା ସିଆରସିସି ହେମନ୍ତ କୁମାର ଲୁହାର ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ମର୍ଡିଗୁଡା ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ବଗର୍ତ୍ତି ଯୋଗ ଦେଇଥିବା ବେଳେ ମୂଖ୍ୟବକ୍ତା ଶିବ ଶଙ୍କର ରାୟ ଅଧ୍ୟକ୍ଷ ଏଚ୍ ଏସ୍ ଏସ୍, ସମ୍ମାନୀତ ଅତିଥି ଏସ୍ ଏମ୍ ସି ତରୁଣ ନାଏକ ଯୋଗ ଦେଇଥିଲେ। ଏଥିରେ ୧୩ ଗୋଟି ବିଦ୍ୟାଳୟର ୧୩୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଶିକ୍ଷକ ମାନଙ୍କ ମଧ୍ୟରେ ଶନିଶ୍ଚର ମାଲ, ଠଣ ସୁନ୍ଦର ପ୍ରଧାନ, ଲଳିତ ମାଝୀ,ଜୟ ପ୍ରକାଶ ବିଶି, ଶ୍ରୀକାନ୍ତ ସାହୁ,ଟିକେଲାଲ ମାଝୀ,ପରମାନନ୍ଦ ମାଝୀ ,ଧନସିଂ ମାଝୀ,ତପନ ଦାସ,ମହେଶ ସାହୁ,ସଞ୍ଜୀବ ବିଶି , ସାଧୁ ମାଝୀ ଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୂଖ ଭାବେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଶିକ୍ଷକ ମୋତିଲାଲ ବାଗ ଓ ଯୋଗେଶ୍ୱର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

 କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ