କଳିଙ୍ଗାଘାଟିରେ ବାଇକ ଦୁର୍ଘଟନା ରେ ଜଣେ ମୃତୁ
ଜି. ଉଦୟଗିରି: (ରୋନାଲ ଦିଗଲ : ଫାଷ୍ଟ ନିୟୁଜ ଓଡିଶା ) କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିର ଅନ୍ଧାର କୋଟି ନିକଟରେ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।ମୃତ ଯୁବକ ଜଣକ ହେଲେ ରାଇକିଆ ଥାନା ସୁଗଡବାଡ଼ି ଗ୍ରାମପଞ୍ଚାୟତ ର ଲାମ୍ବାଡିକିଆ ଗ୍ରାମର ସମୀର ପ୍ରଧାନ। ସେ ବାଇକ ଯୋଗେ ନିଜ ଗାଁରୁ ଶଶୁର ଘର ନିଧିଆପୋଲି ଯାଉଥିବା ବେଳେ ଅନ୍ଧାର କୋଟି ନିକଟରେ ରାସ୍ତା ଉପରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଇଥିଲେ। ବାଇକଟି ଚିଟିକି ପୋଡିବା ଯୋଗୁଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଜି. ଉଦୟଗିରି ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ, ରବୀନ୍ଦ୍ର ସେଠୀ, ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଘଟଣା ସ୍ଥଳରେ ପହଂଚି ମୃତକଙ୍କୁ ଡାକ୍ତରଖାନା ପଠେଇବା ସହ ତଦନ୍ତ ଆରମ୍ଭ କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0