କନ୍ଧମାଳ :ରାଜ୍ୟର ସମସ୍ତ ଖାଉଟି ଉପଭୋକ୍ତା ଏବଂ ଚାଷୀ ଶ୍ରମିକ ମାନଙ୍କୁ ସଚେତନତା ର ବାର୍ତ୍ତା ଦେଲେ PREAHM ଟ୍ରଷ୍ଟ ର ଅଧ୍ୟକ୍ଷ ତଥା AICWC ର ରାଜ୍ୟ ଉପ ସଭାପତି କୁନା ଦିଗାଲ

Oct 28, 2026 - 18:18
 0  20
କନ୍ଧମାଳ :ରାଜ୍ୟର ସମସ୍ତ ଖାଉଟି ଉପଭୋକ୍ତା ଏବଂ ଚାଷୀ ଶ୍ରମିକ ମାନଙ୍କୁ ସଚେତନତା ର ବାର୍ତ୍ତା ଦେଲେ PREAHM ଟ୍ରଷ୍ଟ ର ଅଧ୍ୟକ୍ଷ ତଥା AICWC ର ରାଜ୍ୟ ଉପ ସଭାପତି କୁନା  ଦିଗାଲ

କନ୍ଧମାଳ ତଥା ରାଜ୍ୟରେ ଥିବା ସମସ୍ତ ଖାଉଟି ଉପଭୋକ୍ତା ଏବଂ ଶ୍ରମିକ ମାନେ ସଚେତନ ହେବା ନିତ୍ୟାନ୍ତ ଆବଶ୍ୟକ ବଲି ଖବର ପ୍ରଶାରଣ ଜରିଆରେ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ ତଥା ଅଖିଳ ଭାରତ ଗ୍ରାହକ କଲ୍ୟାଣ ପରିଷଦ ର ରାଜ୍ୟ ଉପ ସଭାପତି କୁନା ଦିଗାଲ ସଚେତନତା ର ବାର୍ତ୍ତା ଦେଇଛନ୍ତି l ରାଜ୍ୟରେ ଥିବା ଜନ ସାଧାରଣ ଜଣେ ଜଣେ ଖାଉଟି ଉପଭୋକ୍ତା ଯାହାକି ଆମେ ସମସ୍ତେ ଜାଣି ରଖିବା ଉଚିତ୍ତ୍ l ଜଣେ ଚାଷୀ ଶ୍ରମିକ ଠାରୁ ଆରମ୍ଭ କରି ସମସ୍ତ ସରକାରୀ କର୍ମଚାରୀ ଏବଂ ସମସ୍ତ ନେତା ମନ୍ତ୍ରୀ ଯଥା ଯେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତୁ କିମ୍ବା ଆମ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ସମସ୍ତେ ଜଣେ ଜଣେ ଖାଉଟି ଉପଭୋକ୍ତା l ତେଣୁ ଚାଷୀ ଶ୍ରମିକ କାର୍ଡ ଆମ୍ବ ମାନଙ୍କ ନିମନ୍ତେ ନିତ୍ୟନ୍ତ ଆବଶ୍ୟକ ରହିଛି l ଶ୍ରମିକ କାର୍ଡ କରିବା ଦ୍ୱାରା ଆମ ପରିବାର କୁ ଶ୍ରମିକ ବିଭାଗ ତରଫରୁ ମୃତ୍ୟୁ ବରଣ ହେଲେ ସହାୟତା ରାଶି, ପୁଅ ଝିଅ ଙ୍କ ପାଠ ପଢ଼ିବା ପାଇଁ ସହାୟତା ରାଶି, ଝିଅ ବାହା ଘରରେ ସହାୟତା ରାଶି , ଶ୍ରମିକ ଗୃହ ନିର୍ମାଣ ରାଶି, ମିସ୍ତ୍ରୀ ମାନଙ୍କୁ ମିସ୍ତ୍ରୀ ସାମଗ୍ରୀ ଏପରିକି ସାଇକେଲ ର ସହାୟତା ମଧ୍ୟ ରହିଛି l ତେଣୁ ଆମେମାନେ ଶ୍ରମିକ କାର୍ଡ କରିବା ସହିତ ଶ୍ରମିକ କାର୍ଡ ପଞ୍ଜିକରଣ କରି ସରକାର ଙ୍କ ଠାରୁ ମିଳୁଥିବା ସମସ୍ତ ସହାୟତା ର ଲାଭ ଉଠେଇବା ପାଇଁ ଅନୁରୋଧ କରିବା ସହିତ କୌଣସି ଦଲାଲି ଙ୍କ ମିଥ୍ୟା ପ୍ରଲମ୍ବନ ରେ ନ ପଡ଼ି ନିଜେ ଆବଶ୍ୟକୀୟ କାଗଜପାତ୍ର ଧରି ନିକଟସ୍ତ ଜନ ସେବା କେନ୍ଦ୍ର ରେ ଆବେଦନ କରନ୍ତୁ ନଚେତ ସିଧା ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଆସି ପଞ୍ଜିକରଣ କରିବା ସହିତ ଯାହାର ଶ୍ରମିକ କାର୍ଡ ନାହିଁ ଦୟାକରି ନୂତନ ଶ୍ରମିକ କାର୍ଡ କରି ସରକାରୀ ସହାୟତା ପାଇବାରେ ସଫଳ ହୁଅନ୍ତୁ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ