।। ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଓ ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ପକ୍ଷରୁ:ମନ୍ତ୍ରୀ ଗଣେଷ ରାମ ସିଂହ ଖୁଣ୍ଟିଆ ଙ୍କୁ ଦାବୀ ପତ୍ର ପ୍ରଦାନ ।।

Jun 12, 2025 - 20:10
 0  20
।। ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଓ ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ପକ୍ଷରୁ:ମନ୍ତ୍ରୀ ଗଣେଷ ରାମ ସିଂହ ଖୁଣ୍ଟିଆ ଙ୍କୁ ଦାବୀ ପତ୍ର ପ୍ରଦାନ ।।

ନୂଆପଡା : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ଙ୍କ ନେତୃତ୍ୱ ରେ ରାଜ୍ୟ ର ନବ ଗଠିତ ଓଡ଼ିଶା ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ବିକାଶ ମେଳା ରେ ମୁଖ୍ୟ ଅତିଥି ଭାବେ ଯୋଗଦାନ ପାଇଁ ଆସିଥିବା ନୂଆପଡା ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଶ୍ରୀ ଗଣେଷ ରାମ ସିଂହ ଖୁଣ୍ଟିଆ ଙ୍କୁ ସର୍କିଟ ହାଉସ ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଓ ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ଦାବୀ ପତ୍ର ପ୍ରଦାନ କରି ଆଲୋଚନା କରାଯାଇଛି। ବିଜେପିବରିଷ୍ଠ ନେତା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ,ଓଡିଶା କେନ୍ଦୁ ପତ୍ର କର୍ମଚାରୀ ସଂଘ ର ରାଜ୍ୟ ସମ୍ପାଦକ ତଥା ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ର ଆବାହକ ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ଦୁଇଟି ପ୍ରତିନିଧି ମଣ୍ଡଳୀ ମନ୍ତ୍ରୀ ଙ୍କୁ ସାକ୍ଷାତ୍ ଆଲୋଚନା କରି ବିଭିନ୍ନ ସମସ୍ୟା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିଥିଲେ। କେନ୍ଦୁପତ୍ର ସଂସ୍ଥା ରେ କାର୍ଯ୍ୟ ରତ ସମସ୍ତ ସିଯିନାଲ ଷ୍ଟାଫ୍ ଙ୍କ ବ୍ଦରମା ବୃଦ୍ଧି, ଅବସର ସମୟ ୬୨ ବର୍ଷ ରୁ ୬୫ବର୍ଷ କୁ ବୃଦ୍ଧି, ବନ୍ଧେଇ କୁଲି ଙ୍କ ମଜୁରୀ ବୃଦ୍ଧି, ସୁନାବେଡା ଅଭୟାରଣ୍ୟରେ ସେଠିକାର ଅଧିବାସୀ ଙ୍କୁ ସଂଗ୍ରହ ଅଧିକାର ପ୍ରଦାନ, ଖରିଆର୍ ଡିଭିଜନ ର ବାକି ଫାଲ ୟୁନିଟ କୁ ସମ୍ପୂର୍ଣ୍ଣ ପ୍ରୋସେସ କରିବା, ସାମାଜିକ କଲ୍ୟାଣ ଯୋଜନା ରେ ବାଦ୍ ପଡ଼ିଥିବା ଅନ୍ୟାନ୍ୟ ସୁବିଧା ଲାଗୁ କରିବା ଇତ୍ୟାଦି ଦାବୀ ଗୁଡ଼ିକୁ ନେଇ ଦାବୀ ପତ୍ର ପ୍ରଦାନ ସହିତ ଆଲୋଚନା ହୋଇଥଲା। ଠିକ ସେହିପରି ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ପକ୍ଷରୁ ଦାଦନ ମୁକ୍ତ ଜିଲ୍ଲା ପାଇଁ ପେକେଜ ଓ ପଦକ୍ଷେପ, ଖାରିଆର୍ ରୋଡ଼ ରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଖରୀଆର ରୋଡ଼ ରୁ ନୂଆପଡା କୁ ତୁରନ୍ତ ସ୍ଥାନାନ୍ତରଣ କରିବା, ନିର୍ମାଣ ଶ୍ରମିକ ଙ୍କୁ ପୂର୍ବବତ ସୁରକ୍ଷା ଉପକରଣ ଓ ସାଇକେଲ ପ୍ରଦାନ, ପ୍ରତ୍ୟେକ ବ୍ଲକ୍ ରେ ସହକାରୀ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲିବା, ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଖାଲିଥିବା ଅଧିକାରୀ ଓ କର୍ମଚାରୀ ପଦବୀ ପୂରଣ କରିବା, ମନରେଗା ଦୁର୍ନିତୀ ର ତଦନ୍ତ ଓ ବକେୟା ଥିବା ପାଞ୍ଚ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ତୁରନ୍ତ ପ୍ରଦାନ କରିବା ଇତ୍ୟାଦି ଦାବୀ ନେଇ ଆଲୋଚନା କରଯାଇଥିଲା। ମାନ୍ୟବର ମନ୍ତ୍ରୀ ସମସ୍ତ ଦାବୀ କୁ ସମୀକ୍ଷା କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥଲେ। ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଖରୀଆର ରୋଡ଼ ରୁ ନୂଆପଡା କୁ ସ୍ଥାନାନ୍ତରଣ କରିବା ଉପରେ ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କୁ ଦାବୀ ର ଯଥାର୍ଥତା କୁ ସମୀକ୍ଷା କରି ତୁରନ୍ତ ପଦକ୍ଷେପ ନେବାକୁ ତାଙ୍କ ବ୍ୟକ୍ତିଗତ ସହାୟକ ସଚିବ ଙ୍କୁ ନିର୍ଦେଶ ଦେଇଥିଲେ। ଏହି ସାକ୍ଷାତ୍ ଆଲୋଚନା କାର୍ଯକ୍ରମ ରେ ଭକ୍ତବନ୍ଧୁ ଧରୁଆ, ପ୍ରଦୀପ ଦଣ୍ଡସେନା, ସୁଖ ଦେବ୍ ସାହୁ, ଜ୍ଞାନେଶ୍ଵର୍ ବାଗ, ଜ୍ଞାନରଞ୍ଜନ ସାହୁ, ବାବୁଲାଲ ମାଝୀ, ବଲଧର୍ କେତକୀ, ଗୌତମ ବରିହା, ଈଶ୍ୱର ସାହୁ, ଟିକେଶ୍ୱର୍ ପାଣ୍ଡେ, ସନ୍ତୋଷ ସାହୁ, ଈଶ୍ୱର ଶବର, ଅଜୟ ରାଉତ ପ୍ରମୁଖ ସାମିଲ ହୋଇଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ