ଏସ.ପି.ଙ୍କ ବାସଭବନ ସମ୍ମୁଖରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା : ପାଞ୍ଚ ଦିନ ର ତଦନ୍ତ ପରେ ହତ୍ୟାକାରୀ ଗିରଫ

Mar 7, 2025 - 21:15
 0  15
ଏସ.ପି.ଙ୍କ ବାସଭବନ ସମ୍ମୁଖରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା : ପାଞ୍ଚ ଦିନ ର ତଦନ୍ତ ପରେ  ହତ୍ୟାକାରୀ ଗିରଫ

ନୂଆପଡ଼ା : ଜିଲ୍ଲା ସଦର ମହକୁମା ୱାର୍ଡ଼ ନମ୍ବର-୧୨ ସ୍ଥିତ ଏସପି ଙ୍କ ବାସଭବନ ସମ୍ମୁଖ ଜାତୀୟ ରାଜପଥ ୩୫୩ ଉପରେ ଘଟିଯାଇଥିଲା ଏକ ଜଘନ୍ୟ ହତ୍ୟାକାଣ୍ଡ। ହତ୍ୟାକାଣ୍ଡ ର ପାଞ୍ଚ ଦିନ ପରେ ଆଜି ନୂଆପଡ଼ା ପୋଲିସ ହତ୍ୟାକାରୀ କୁ ଗିରଫ କରିବାରେ ସଫଳ ହୋଇଛି। ଗତ ରବିବାର ୨ ମାର୍ଚ୍ଚ ୨୦୨୫ ଭୋର ପ୍ରାୟ ୪ ଟା ସମୟ ରେ ସିରତୋଲ ୱାର୍ଡ ନମ୍ବର ୧୨ ନିବାସୀ ସୁଖଲାଲ ସାହୁ (୮୦ ବର୍ଷ) ପ୍ରତିଦିନ ଭଳି ସେ ଦିନ ମଧ୍ୟ ଯାଉଥିଲେ ନିଜ ଜମି କୁ ମହୁଲ ଫୁଲ ଗୋଟାଇ ବାକୁ । ଏସ.ପି. ବାସଭବନ ସମ୍ମୁଖରେ ଛକି ରହିଥିଲେ ଦୁବୃର୍ତ୍ତ । ବୃଦ୍ଧ ସୁଖଲାଲ କୁ ଦୁବୃର୍ତ୍ତ ଅତି ନିର୍ମମ ଭାବେ ହତ୍ୟା କରୁଥିବା ଓ ତାର ଚିତ୍କାର ଶୁଣି ପାଟି କରି ଦୌଡ଼ି ଆସିଥିଲେ ରକ୍ଷା କରିବାକୁ ଏସ.ପି. ବାସଭବନ ରେ ଡିଉଟି କରୁଥିବା କେତେକ ସୁରକ୍ଷା କର୍ମି,ସେତେ ବେଳେ ଦୁର୍ବୃତ୍ତ ସୁଖଲାଲ କୁ ମାରି ଅନ୍ଧାର ର ସୁଯୋଗ ନେଇ ଧାଇଁ ପଳାଇବାରେ ସଫଳ ହୋଇଥିଲା। ସୁରକ୍ଷା କର୍ମୀ ଆମବୁଲାନ୍ସ ଡକାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନେଳାବେଳକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ଉପରୋକ୍ତ ହତ୍ୟା ଘଟଣାର ପର୍ଦ୍ଧାଫାଶ ଏକ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସ.ପି. ଜି. ଆର. ଗୁଣ୍ଡଳା ରେଡ୍ଡୀ କରିଛନ୍ତି। ଘଟଣା ଘଟିବାର ପାଞ୍ଚ ଦିନ ମଧ୍ୟରେ ନୂଆପଡା ଟାଉନ ପୋଲିସ ଷ୍ଟେସନ ଏକ ହତ୍ୟା ମାମଲା ନଂ. ୪୯/୨୦୨୫ ଚିହ୍ନଟ କରିଛି। ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଓଁକାର ସାହୁ ନିକଟରୁ ଗୋଟିଏ ମୋବାଇଲ୍, ପୋଷାକ ଏବଂ ଅପରାଧର ବ୍ୟବହୃତ ଅସ୍ତ୍ର ଜବତ କରାଯାଇଛି ଏବଂ ଉପରୋକ୍ତ କେଶ ବିଷୟ ରେ ଅଧିକ ଅନୁସନ୍ଧାନ ଜାରି ରହିଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାଏକ, ଜିଲ୍ଲା ସଦର ପି.ଏସ. ଆଇଆଇସି ଗଙ୍ଗାଧର ମେହେର, ଯୋଙ୍କ ଆଇଆଇସି ପ୍ରଦୀପ ଧରୁଆ, ପ୍ରମୁଖ ଉପସ୍ଥିତି ଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ