।। ଏଲ ଜାମଗୁଡାରେ ଟୋକୀମରା ଅନୁଷ୍ଠିତ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବାଗଡିଆଣି ପଞ୍ଚାୟତ ଅଧିନସ୍ଥ ଏଲ ଜାମଗୁଡା ର ମସାଣିପଦର ଠାରେ ମାଁ ଠାକୁରାଣୀ ଧରଣୀ ପୀଠ ରେ ଟୋକିମରା ଅନୁଷ୍ଠିତ ହୋଇ ଯାଇଛି l ଏଥିରେ 34 ଗୋଟି ଗାଁର ଲୋକ ଯୋଗଦାନ କରି ଟୋକୀମରା କୁ ଶାନ୍ତି ଶୃଙ୍ଖଳାର ସହ ପରମ୍ପରା ରୀତିନୀତି ଅନୁଯାଇ କରାଯାଇଥିଲା l ଅନୁସୂଚିତ ଜାତି ମାନଙ୍କ ବିର ବାଦ୍ୟ ସଲପ ଲିସାନ, ଘଣ୍ଟ, ଢ଼ାପ, ମହୁରୀ ରେ ଏଲ ଜାମଗୁଡା କମ୍ପି ଉଠୁଥିଲା l ହଜାର ଶହ ଶହ ଦର୍ଶକର ଭିଡ଼ ଜମିଥିଲା l ଏହା ପ୍ରତି ବର୍ଷ ହୋଇ ଥିବା ବେଳେ ଚଳିତ ବର୍ଷ ଏଲ ଜାମଗୁଡା ରେ ହୋଇଛି l ଏଥରେ କାର୍ଯ୍ୟ କାରି ମାନେ ହେଲେ ଦିଶାରୀ ଧନ ସିଂ ମାଝୀ,ଜାନି.. ସାନୁ ମାଝୀ,ରୁପା ସିଂ ମାଝୀ,ରାପିୟା. ଧନ ସିଂ ମାଝୀ, ସୁନାସିଂ ମାଝୀ ମୂଳାଧାରୀ, ବିଜୟ କବାଡି, ଦାହୁ ମାଝୀ ଗାଁ ର ମୂଳାଧାରୀ ଠାକୁରାଣୀ ପୂଜା କମିଟି, ଉକ୍ତ କାର୍ଯ୍ୟକ୍ରମ କୁ ଆୟୋଜନ ଏବଂ ସହଯୋଗ କରିଥିଲେ l
ଏହା କୁ ନେଇ କଣ କହୁଛନ୍ତି ଶୁଣିବା କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






