ଏମ୍ଏସ୍ଏମ୍ଇ କ୍ଷେତ୍ର ଅଧୀନ “ଉଦ୍ୟୋଗୀ ସଚେତନତା ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ
ଜିଲ୍ଲା ଶିଳ୍ପ କେନ୍ଦ୍ର, ନୂଆପଡ଼ା ପକ୍ଷରୁ ସଦ୍ଭାବନା ସଭାଗୃହଠାରେ ଆୟୋଜିତ ଏମ୍ଏସ୍ଏମ୍ଇ କ୍ଷେତ୍ର ଅଧୀନ “ଉଦ୍ୟୋଗୀ ସଚେତନତା ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ”ରେ ଜିଲ୍ଲାର ବେକାର ଯୁବକ ଓ ଯୁବତୀମାନେ ବିଭିନ୍ନ ସରକାରୀ ବିଭାଗ ସହ ଯୋଗାଯୋଗ କରି ସରକାରଙ୍କ ଉଦ୍ୟୋଗ ପ୍ରୋତ୍ସାହନ ଯୋଜନାର ସୁଯୋଗ ନେଇ ସ୍ୱାବଲମ୍ବୀ ହେବା ସହ ନିଜକୁ ସଫଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ଉଚିତ । କାର୍ଯ୍ୟକ୍ରମରେ ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର ଏବଂ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ୟୋଗ ମାଧ୍ୟମରେ ରୋଜଗାର ସୃଷ୍ଟି ଓ ଆର୍ଥିକ ସଶକ୍ତିକରଣର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ସମୀର ମୁଦୁଲି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରକଳ୍ପ ପରିଚାଳକ ପ୍ରଜ୍ଞା କୁମାର ମିଶ୍ର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏମ୍ଏସ୍ଏମ୍ଇ ବିଭାଗର ବିଭିନ୍ନ ଯୋଜନା, ନୀତି ଏବଂ ସରକାରୀ ସହାୟତା ସମ୍ପର୍କରେ ପାୱାର ପଏଣ୍ଟ ଉପସ୍ଥାପନା କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଉଦ୍ୟୋଗ ବିକାଶ ଏବଂ ସ୍ୱରୋଜଗାରର ସମ୍ଭାବନା ସମ୍ପର୍କରେ ଆଲୋଚନା କରିଥିଲେ। ଉଦ୍ୟୋଗୀ ଓ ଯୁବକ ଯୁବତୀମାନେ ନିଜ ଅନୁଭୂତି ଏବଂ ସମସ୍ୟା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଜିଲ୍ଲାର ଦଶ ଜଣ ସଫଳ ଏବଂ ଉଦୀୟମାନ ଉଦ୍ୟୋଗୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସଫଳତା ଓ ସ୍ଥାନୀୟ ସ୍ତରରେ ରୋଜଗାର ସୃଷ୍ଟିରେ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ଉଦ୍ୟୋଗୀମାନଙ୍କ ମଧ୍ୟରେ ଭାରତୀ ବାଇ ବାଗ, ମମତା ଖମାରୀ, ସରିତା ସିଂହ, ରାଜ ସାହୁ, ଅମରେନ୍ଦ୍ର ମହାନ୍ତି, ଅର୍ଜୁନ ସିଂହ ଦଳପତି, କୃଷ୍ଣ ଚନ୍ଦ୍ର ମେହେର, ବିନୟ ଜୈନ, ବିଶେଷ ଅଗ୍ରୱାଲ ଏବଂ ଭୂପେନ୍ଦ୍ର ସାହୁ ପ୍ରମୁଖ ରହିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଆଶାୟୀ ଯୁବକ ଯୁବତୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0