ଏପ୍ରିଲ ୧ରୁ ନୂଆପଡ଼ାରେ ‘ମାରାଗୁଡ଼ା ଲୋକମହୋତ୍ସବ–୨୦୨୬’ ପାଞ୍ଚଦିନିଆ ସାଂସ୍କୃତିକ ମହୋତ୍ସବରେ ଖ୍ୟାତନାମା କଣ୍ଠଶିଳ୍ପୀମାନଙ୍କ ସୁରିଳା ସନ୍ଧ୍ୟା

Mar 28, 2026 - 22:05
 0  1
ଏପ୍ରିଲ ୧ରୁ ନୂଆପଡ଼ାରେ ‘ମାରାଗୁଡ଼ା ଲୋକମହୋତ୍ସବ–୨୦୨୬’ ପାଞ୍ଚଦିନିଆ ସାଂସ୍କୃତିକ ମହୋତ୍ସବରେ ଖ୍ୟାତନାମା କଣ୍ଠଶିଳ୍ପୀମାନଙ୍କ ସୁରିଳା ସନ୍ଧ୍ୟା

ନୂଆପଡ଼ା ଜିଲ୍ଲାର ଇତିହାସ, ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ “ମାରାଗୁଡ଼ା ଲୋକମହୋତ୍ସବ–୨୦୨୬” ଆସନ୍ତା ଏପ୍ରିଲ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନେସନାଲ ମହାବିଦ୍ୟାଳୟ ପଡ଼ିଆରେ ଭବ୍ୟ ଭାବେ ଅନୁଷ୍ଠିତ ହେବ। ପାଞ୍ଚଦିନିଆ ଏହି ମହୋତ୍ସବରେ ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଆ ସଙ୍ଗୀତ ଜଗତର ଖ୍ୟାତନାମା କଣ୍ଠଶିଳ୍ପୀମାନେ ତାଙ୍କର ସୁରିଳା କଣ୍ଠରେ ଦର୍ଶକମାନଙ୍କୁ ମନୋରଞ୍ଜନ କରିବେ। କାଯ୍ୟକ୍ରମ ଅନୁସାରେ —୧ ଏପ୍ରିଲ (ଦିନ–୧): ପ୍ରସିଦ୍ଧ ଗାୟକ ବିଷ୍ଣୁ ମୋହନ କବି, ୨ ଏପ୍ରିଲ (ଦିନ–୨): ସ୍ୱୟମ ପାଢ଼ୀ, ୩ ଏପ୍ରିଲ (ଦିନ–୩): ଅନନ୍ୟା ଶ୍ରୀତମ ନନ୍ଦ, ୪ ଏପ୍ରିଲ (ଦିନ–୪): ଜୟଶ୍ରୀ ଧଳ, ୫ ଏପ୍ରିଲ (ଦିନ–୫): ଉମାକାନ୍ତ ବାରିକ ମହୋତ୍ସବ ପୂର୍ବରୁ କଳାକାରମାନେ ଭିଡିଓ ବାର୍ତ୍ତା ମାଧ୍ୟମରେ ନୂଆପଡ଼ାବାସୀଙ୍କୁ ଆମନ୍ତ୍ରଣ ଜଣାଇ ଉତ୍ସବରେ ବହୁ ସଂଖ୍ୟକ ଯୋଗଦେଇ ଏହାକୁ ସଫଳ କରିବାକୁ ଅନୁରୋଧ କରିଛନ୍ତି। ଏହି ଅବସରରେ ଲୋକକଳା, ସଂସ୍କୃତିକ କାର୍ୟକ୍ରମ, ହସ୍ତଶିଳ୍ପ ପ୍ରଦର୍ଶନୀ ଓ ଖାଦ୍ୟ ମେଳା ସହ ବିଭିନ୍ନ ଆକର୍ଷଣୀୟ କାର୍ୟକ୍ରମ ଆୟୋଜିତ ହେବ। ମାରାଗୁଡ଼ା ଅଞ୍ଚଳର ପୁରାତନ ଐତିହ୍ୟ ଓ ଲୋକସଂସ୍କୃତିକୁ ଜନମନରେ ପ୍ରଚାର କରିବା ଏହି ମହୋତ୍ସବର ପ୍ରମୁଖ ଉଦ୍ଦେଶ୍ୟ। ଏହି ମହୋତ୍ସବକୁ ଜିଲ୍ଲା ସଂସ୍କୃତି ପରିଷଦ, ଜିଲ୍ଲା ପ୍ରଶାସନ, ନୂଆପଡ଼ା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଆୟୋଜନ କରାଯାଉଛି। ଜିଲ୍ଲାବାସୀଙ୍କ ମଧ୍ୟରେ ଏହି ଲୋକମହୋତ୍ସବକୁ ନେଇ ବ୍ୟାପକ ଉତ୍ସାହ ଓ ଆଗ୍ରହ ପ୍ରକାଶ ପାଇଛି।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ