ଏକ ଭାରତ ଶ୍ରେଷ୍ଠ ଭାରତ" କାର୍ଯ୍ୟକ୍ରମ ଅବସରରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ : ବିଏସଏଫ ଦଳ ବିଜୟୀ

Aug 7, 2025 - 20:32
 0  2
ଏକ ଭାରତ ଶ୍ରେଷ୍ଠ ଭାରତ" କାର୍ଯ୍ୟକ୍ରମ ଅବସରରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ : ବିଏସଏଫ ଦଳ ବିଜୟୀ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ସ୍ଥିତ ବିଏସଏଫ ର ୧୩୬ ବାଟାଲିୟନ ଆନୁକୂଲ୍ୟରେ ବାରଖମା ଖେଳ ପଡିଆ ଠାରେ "ଏକ ଭାରତ ଶ୍ରେଷ୍ଠ ଭାରତ" କାର୍ଯ୍ୟକ୍ରମ ଅବସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଏସଏଫ କମାଣ୍ଡର ନିର୍ମଳ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଦୁଇ ଦଳର ଖେଳାଳୀ ମାନଙ୍କ ସହ ପରିଚିତ ହୋଇଥିଲେ l ଏଥିରେ ବାରଖମା ବିଏସଏଫର ୧୩୬ ବାଟାଲିୟନ ଦଳ ଏବଂ ବାରଖମା ସ୍ପୋର୍ଟସ୍ କ୍ଲବ୍ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଏସଏଫ ୩-୦ ଗୋଲରେ ବିଜୟୀ ଲାଭ କରିଥିଲା l ଏହି ମ୍ୟାଚରେ ବିଏସଏଫ ର ସମସ୍ତ ଜବାନ ଓ ବାରଖମା ସ୍ପୋର୍ଟସ୍ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ