ଇତିହାସ ରେ ପ୍ରଥମ ଥର ପାଇଁ କିନ୍ନର ମାନଙ୍କ ଦ୍ଵାରା ମାଁ ଦୁର୍ଗା ପୂଜା ଅନୁକୂଳ ହେବ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୨.୦୯.୨୦୨୫ ରିଖ: ଆସନ୍ତା ୨୮ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜଗତ ଜନନୀ ମାଁ ଦୁର୍ଗାଙ୍କ ପୂଜା ଉତ୍ସବ ରେ ଜିଲ୍ଲା ଇତିହାସ ରେ ପ୍ରଥମ ଥର ପାଇଁ ଜିଲ୍ଲା କିନ୍ନର ସଂଘର ସଦସ୍ୟ ମାନେ ଉପସ୍ଥିତ ରହି ପୂଜା ଅନୁକୂଳ କରିବେ ! ଏଥି ନିମନ୍ତେ ଏକ ଆମନ୍ତ୍ରଣ ପତ୍ର କୋଡ଼ିଙ୍ଗା ଗ୍ରାମର ସାର୍ବଜନୀନ ଦୁର୍ଗା ପୂଜା କମିଟି ର ସଭ୍ୟ ମାନେ ଜିଲ୍ଲା କିନ୍ନର ସଂଘକୁ ପ୍ରଦାନ କରିଛନ୍ତି ! କମିଟି ର ସଭ୍ୟଙ୍କ ଦ୍ଵାରା ଏପରି ଅଭିନବ ପ୍ରୟାସ କୁ ଜିଲ୍ଲା କିନ୍ନର ସଂଘ ର ଅଧକ୍ଷ ମନୋଜ କୁମାର ପଟ୍ଟନାୟକ,କମିଟି ର ସମସ୍ତ ସଦସ୍ୟଙ୍କୁ ସାଧୁବାଦ୍ ଜଣାଇ ଛନ୍ତି ! କିନ୍ନର ମାନଙ୍କୁ ଏପରି ଆମନ୍ତ୍ରିତ କରିବା ଦ୍ଵାରା ସମାଜରେ କିନ୍ନର ମାନଙ୍କ ପ୍ରତି ଥିବା ଭେଦ ଭାବ ଦୂର ହେବ ବୋଲି ମତବ୍ୟକ୍ତ କରିଛନ୍ତି ! ସେହିପରି ସଂଘର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ମହାପାତ୍ର, ପ୍ରୋଜେକ୍ଟ ଲିଡର ତଥା କ୍ରୀଡାବିତ୍ ଏମ.ବାଲା କୃଷ୍ଣ ରାଓ, ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର, ଅଧ୍ୟାପକ ଅଖିଳ ଭଟ୍ଟ, ସମାଜସେବୀ ନିନୀ ବାବୁ ତ୍ରିପାଠୀ ଏବଂ ଦୁର୍ଗା ପାଢ଼ୀ, ଉମରକୋଟ ର ଅଧିବକ୍ତା ଶ୍ରୀନିବାସ ପଟ୍ଟନାୟକ,କିନ୍ନର ସଂଘର ମହିଳା ଉପଦେଷ୍ଟା, କାଉନସିଲର ଶର୍ମିଷ୍ଠା ଦେଓ, ଅଧିବକ୍ତା କିଶୋରୀ ପଟ୍ଟନାୟକ, ବିଦ୍ୟାଳୟ ଅଧ୍ୟକ୍ଷା ସ୍ୱର୍ଣାଳତା ପଟ୍ଟନାୟକ,ଇଂଜିନିୟର ଚନ୍ଦନା ମଲ୍ଲିକ,ପ୍ରମୁଖ ଶୁଭେଛା ଜଣାଇଛନ୍ତି ! ଉକ୍ତ ଆମନ୍ତ୍ରଣ ପତ୍ର ପ୍ରଦାନ କରିବା ଅବସରରେ କମିଟି ର ସଭାପତି ଜଗନ୍ନାଥ ନାୟକ,ଉପ ସଭାପତି ପିଣ୍ଟୁ ସିଂ, ସମ୍ପାଦକ ଶିବ ହରିଜନ ସମେତ ଅଭି ବିଷୋୟୀ,ଶ୍ୟାମ ହରିଜନ, ଖେମରାଜ୍ ଦିଶାରି,ଉମେଶ ଭତରା,ସିଦ୍ଧାର୍ଥ ମହାନ୍ତି ଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ! ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






